ଓଡିଆନ୍ ନ୍ୟୁଜ

85

Team Odian News |

ଶ୍ରୀହରିକୋଟା: ଚନ୍ଦ୍ରୟାନ-୨ ମଙ୍ଗଳବାର ଭାରତୀୟ ସମୟ ପୂର୍ବାହ୍ନ ୯ଟା ୨ରେ ଚନ୍ଦ୍ରର କକ୍ଷପଥରେ ସଫଳତାର ସହିତ ପ୍ରବେଶ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଚନ୍ଦ୍ରୟାନ-୨ରେ ଥିବା ମୋଟରକୁ ଫାୟାରିଂ କରିବା ପରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି। ଏହାପରେ ଚନ୍ଦ୍ରୟାନ ଅଗଷ୍ଟ ୨୧, ୨୮, ୩୦ ଓ ସେପ୍ଟେମ୍ବର ୧ରେ ୪ ପର୍ଯ୍ୟାୟ ଦେଇ ଚନ୍ଦ୍ରର ଚୂଡାନ୍ତ କକ୍ଷପଥରେ ପ୍ରବେଶ କରିବ। ସେତେବେଳେ ଚନ୍ଦ୍ରପୃଷ୍ଠରୁ ଏହା ପ୍ରାୟ ଶହେ କିଲୋମିଟର ଉଚ୍ଚରେ ରହିଥିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ବିକ୍ରମ ଲ୍ୟାଣ୍ଡର ଅର୍ବିଟରଠାରୁ ପୃଥକ୍‌ ହେବାପରେ ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଇସ୍ରୋ କହିଛି।