ଓଡିଆନ୍ ନ୍ୟୁଜ

98

ହିମାଚଳ ପ୍ରଦେଶ ଗସ୍ତରେ ମୋଦି ଏମ୍‌ସର ଶିଳାନ୍ୟାସ

Team Odian News |

ହିମାଚଳ ପ୍ରଦେଶ ଗସ୍ତରେ ମୋଦି
ଏମ୍‌ସର ଶିଳାନ୍ୟାସ
 ସିମଳା,୪/୧୦(ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ହିମାଚଳ ପ୍ରଦେଶ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଳାସପୁର ସହରରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏଆଇଆଇଏମଏସ୍‌)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେଠାରେ ୧୩୫୦ କୋଟି ଟଙ୍କା ବ୍ୟୟରେ ୭୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ ହେବ । ସ୍ୱାସ୍ଥ୍ୟସେବା ସମେତ ସେଠାରେ ସ୍ନାତକ ଓ ସ୍ନାତକୋତର ପାଠ୍ୟକ୍ରମ ଓ ନର୍ସିଂ ପାଠ୍ୟକ୍ରମ ପାଇଁ ଶିକ୍ଷାଦାନ କରାଯିବ । ସେହିପରି ପ୍ରଧାନମନ୍ତ୍ରୀ ଉନାଠାରେ ଭାରତୀୟ ସୂଚନା ବୈଷୟିକ ଜ୍ଞାନ ପ୍ରତିଷ୍ଠାନ (ଆଇଆଇଆଇଟି)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ରୀ ମୋଦି କଙ୍ଗଡ଼ାର କନ୍ଦୋରରିଠାରେ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (ସେଲ)ର ଏକ ଇସ୍ପାତ ପ୍ରକ୍ରିୟାକରଣ ୟୁନିଟକୁ ଉଦ୍ଘାଟନ କରଛନ୍ତି ।।