ଓଡିଆନ୍ ନ୍ୟୁଜ

31

Team Odian News |

ଦେବଗଡ଼ ; ତିଲେଇବଣି ବ୍ଲକ ଅଧିନ କଲଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଏକ ଅଘଟଣ ଘଟିଛି। ଶନିବାର ସକାଳୁଆ ସ୍କୁଲ ଥିବାରୁ ଶ୍ରେଣୀ ଗୃହରେ ପାଠପଢ଼ା ଚାଲିଥିଲା। ସେହି ସମୟରେ ହଠାତ୍‌ ସ୍କୁଲର ଛାତ ଭାଙ୍ଗିଯାଇଥିଲା। ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଭୟଭୀତ ହୋଇ ତୁରନ୍ତ ବାହାରକୁ ପଳାଇ ଆସିଥିଲେ। ସୌଭାଗ୍ୟବଶତଃ କାହାରି କିଛି ହୋଇ ନ ଥିବା ସୂଚନା ମିଳିଛି।