ଓଡିଆନ୍ ନ୍ୟୁଜ

95

Team Odian News |

ଭୋପାଳ: ଇଛାଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳିଥାଏ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି। ଜଣେ ବିଚାରପତିଙ୍କ ଡ୍ରାଇଭର ଥିବା ବ୍ୟକ୍ତିଙ୍କ ପୁଅ ଏବେ ୨୬ ବର୍ଷରେ ସିଭିଲ୍‌ ଜଜ୍‌ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଗୋବର୍ଦ୍ଧନଲାଲ୍‌ ବଜାଡ୍‌ ଇନ୍ଦୋର ଜିଲା କୋର୍ଟରେ ବଚାରପତିଙ୍କ ଗାଡ଼ି ଚଳାଉଥିଲେ। ତାଙ୍କ ପୁଅ ଚେତନ ବଜାଡ୍‌ ଏବେ ସିଭିଲ୍‌ ଜଜ୍‌ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଓବିସି ବର୍ଗରେ ସେ ୧୩ତମ ସ୍ଥାନ ହାସଲ କରିଛନ୍ତି। ଏହି ପରୀକ୍ଷା ସେ ପୂର୍ବରୁ ଦେଇଥିଲେ ମଧ୍ୟ ସଫଳତା ପାଇ ପାରି ନ ଥିଲେ। ତେବେ ତାଙ୍କର କଠିନ ପରିଶ୍ରମ ଦ୍ୱାରା ଦ୍ୱିତୀୟ ଥର ସେ ସଫଳ ହୋଇଛନ୍ତି। ଚେତନଙ୍କ ପିତାଙ୍କ ସାନ ଭାଇ କୋର୍ଟରେ ଚୌକିଦାର ଥିଲେ।