ଓଡିଆନ୍ ନ୍ୟୁଜ

82

ଜରୁରୀ କାଳୀନ ପରିସ୍ଥିତିରେ ୨୨ ବର୍ଷ ବୟସ୍କ ଜେଟଲୀ କରିଥିଲେ ସତ୍ୟାଗ୍ରହଜରୁରୀ କାଳୀନ ପରିସ୍ଥିତିରେ ୨୨ ବର୍ଷ ବୟସ୍କ ଜେଟଲୀ କରିଥିଲେ ସତ୍ୟାଗ୍ରହ

Team Odian News |

ନୂଆଦିଲ୍ଲୀ: ପୂର୍ବଜନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜଣେ ନିର୍ଭୀକ ରାଜନେତା ଥିଲେ। ୧୯୭୫ରେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି ସମୟରେ ଜେଟଲୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସତ୍ୟାଗ୍ରହ କରିଥିଲେ। ୧୯୭୫ ଜୁନ୍‌ ୨୫-୨୬ ମଧ୍ୟ ରାତ୍ରରେ ଦେଶର ବଡ଼ ବଡ଼ ରାଜନେତାଙ୍କୁ ଗିରଫ କରାଯାଇଥିଲା। ଜୁନ୍‌ ୨୬ ସକାଳେ ୨୨ ବର୍ଷର ଛାତ୍ର ନେତା ଜେଟଲୀ ଇନ୍ଦିରାଙ୍କ ବିରୋଧରେ ଛାତ୍ରୀଛାତ୍ରଙ୍କ ଫଉଜ ନେଇ ପ୍ରଥମେ ସତ୍ୟାଗ୍ରହ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇନ୍ଦିରାଙ୍କ କୁଶପୁତ୍ତଳିକା ଦାହ କରାଯିବା ସହିତ ଚମତ୍କାର ଶୈଳୀରେ ଭାଷଣ ଦେଇଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇ ତିହାର ଜେଲ୍‌ରେ ବନ୍ଦ କରାଯାଇଥିଲା। ବିଭିନ୍ନ ଗଣମାଧ୍ୟମରେ ଜେଟଲୀଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। ଏହି ଘଟଣା ଇନ୍ଦିରା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିବା ସହିତ ଜେଟଲୀଙ୍କ ରାଜନୈତିକ ଜୀବନରେ ପରିବର୍ତ୍ତନ ଆଣିଥିଲା।