ଓଡିଆନ୍ ନ୍ୟୁଜ

43

ଜୈବିକ ସାର ପ୍ରୟୋଗ କରି ଶିକ୍ଷକ ବଢାଇଛନ୍ତି ୭ଫୁଟ ୪ ଇଂଚର ଛଂଚିଣା

Team Odian News |

ଜୈବିକ ସାର ପ୍ରୟୋଗ କରି ଶିକ୍ଷକ ବଢାଇଛନ୍ତି ୭ଫୁଟ ୪ ଇଂଚର  ଛଂଚିଣା                               

ରାଜକନିକା : ରାଜକନିକା ବ୍ଲକରେ ଜଣେ ଶିକ୍ଷକ ଶିକ୍ଷା ବୃତିରେ ରହି ନିଜ ବାଡି ବଗିଚା ରେ ଜୈବିକ ସାର ପ୍ରୟୋଗକରି ବିଭିନ୍ନ ପନିପରିବା ଫସଲକରି ସମଗ୍ର ଅଂଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିିଛନ୍ତି । ଏହି ଶିକ୍ଷକ ଜଣକ ହେଉଛନ୍ତି ରାଜେନ୍ଦ୍ର ରାଉତ । ତେବେ ଆଜିର ସମାଜରେ ଲୋକେ ନିଜ ବାଡି ବଗିଚାରେ ପନିପରିବା ଫସଲ ପୂର୍ବପରି କରୁ ନାହାଁନ୍ତି । ଘର ପିଢାରେ ବୋଇତାଳୁ , ଜହ୍ନି , ଲାଉଗଛ, ପାଣି କଖାରୁ ଗଛ ଦେଖିବାକୁ ମିଳୁନାହିଁ । ପନିପରିବା ପାଇଁ  ଲୋକେ  ହାଟବଜାର ଉପରେ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି । ତେବେ ହାଟବଜାରରେ  ମିଳୁଥିବା  ପନିପରିବାରେ ରାସାୟନିକ ସାର ପ୍ରୟୋଗ କରାଯାଉଛି । ଯାହା ଫଳରେ ଏହି ପନିପରିବା ଖାଇ ବହୁ ମାରତ୍ମକ ରୋଗରେ  ଛଟପଟ ହେଉଛନ୍ତି ଲୋକେ । ରାଜେନ୍ଦ୍ର  ଓଳାଭର ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି । ପିଲାମାନକୁଂ ପାଠ ପଢାଇ ଛୁଟିହେବା ପରେ ନିଜ ବାଡି ବଗିଚାରେ ଜୈବିକ ସାର ପ୍ରୟୋଗ କରି ୭ ଫୁଟ ୪ ଇଂଚ ର ଛଚିଂଣା ବଢାଇ ପାରିଛନ୍ତି । ତେବେ  ଦୈନିକ ଛଚିଂଣା ବଡୁଥିବାର ଦେଖିବାକୁ ମିଳିଛି । ଏହି ଛଚିଣା ଦେଖିବା ପାଇଁ ତାକଂ ଘରେ ଦୈନିକ ପ୍ରବଳ ଭିଡ ଜମୁଛି । ଜୈବିକ ସାରରେ ଏତେବଡ ଛଂଚିଣା ବଢିପାରେ ଏହି କଥାକୁ କେହି ବିଶ୍ୱାସ କରି ପାରୁ ନାହାଁନ୍ତି । ସେ  ବିଦ୍ୟାଳୟରୁ  ଛୁଟି ହେବା ପରେ ଘରକୁ ଫେରନ୍ତି । ବଜାରରେ ନ ବୁଲି ନିଜ ବାଡି ବଗିଚାରେ  କଠିନ ପରିଶ୍ରମ କରନ୍ତି । ସେ ବଡ ଖଣତିରେ ମାଟି ତାଢି  ବାଇଗଣ , ଭେଣ୍ଡି , ଜହ୍ନି , କାକୁଡି ଓ କଖାରୁ ପ୍ରଭୂତି ବିଭିନ୍ନ ଗଛ ଲଗାଇଛନ୍ତି । ବାଇଗଣ ଓ ଭେଣ୍ଡି ଗଛ ଗୁଡିକ ବଗିଚାରେ ଅତି ସୁନ୍ଦର ଦିଶୁଛି । ତେବେ ସେ ପନିପରିବା ଫସଲର ଚୋପା କୁ ଗୋଟିଏ ବିରାଟ ଗାତରେ ପୋତି ପକାଇ ଜୈବିକ ସାର ପ୍ରସ୍ତୃତି କରୁଛନ୍ତି । ଏହାର  ମଧ୍ୟ ଯତ୍ନ ନେଉଛନ୍ତି । ତେବେ ତାକଂ ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ରାଉତ । ଜଣେ ଆଦର୍ଶ ଶିକ୍ଷକ ଭାବରେ ତାକଂର ସୁଖ୍ୟାତି ରହିଛି ।  ସେ ବିଭିନ୍ନ ବିଦ୍ୟାଳରେ ଶିକ୍ଷକତା କରୁଥିବା ବେଳେ କୃଷି ପ୍ରତି ଥିଲା ତାକଂର ପ୍ରବଳ ଆଗ୍ରହ । ବିଦ୍ୟାଳୟରୁ ଛୁଟି ପାଇବା ପରେ ବିଲରେ ଖଟି ଧାନ ଚାଷ କରୁଥିଲେ । ଏହାଛଡା ବାଡି ବଗିଚାରେ ମଧ୍ୟ ପନିପରିବା ଫସଲ କରୁଥିଲେ । ତେବେ ବାପାକଂ  ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପିଲାଟି ଦିନରୁ  ପନିପରିବା ଫସଲ ଉପରେ ଦୃଷ୍ଟି ଦେଉଛନ୍ତି ବୋଲି ରାଜେନ୍ଦ୍ର କହିଛନ୍ତି । ସେହିପରି ବିଦ୍ୟାଳୟରେ  ରାସାୟନିକ  ସାର ବଦଳରେ ଜୈବିକ ସାର  ପ୍ରୟୋଗ ଉପରେ  ସେ  ପିଲାମାନକୁଂ ଶିକ୍ଷା ଦେଇଥାନ୍ତି । ତେବେ ପନିପରିବା ଚାଷ ପ୍ରତି ତାକଂର ପ୍ରବଳ ଆଗ୍ରହ ଆଗାମି ଯୁବପିଢିକୁଂ  ପନପରିବା ଫସଲ ପ୍ରତି ପ୍ରେରଣା ଯୋଗାଇବ  ବୋଲି ରାଜେନ୍ଦ୍ର ତାକଂ ପତିକ୍ରୀୟାରେ କହିଛନ୍ତି ।