ଓଡିଆନ୍ ନ୍ୟୁଜ

24

ସଡ଼କ ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ ମୃତ୍ୟୁ

Team Odian News |

ବୌଦ୍ଧ: ସଡ଼କ ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ  ମୃତ୍ୟୁ ଘଟିଛି। ସେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ। ବୌଦ୍ଧଠାରୁ ପ୍ରାୟ ୪୦ କିଲୋମିଟର ଦୂର କଲରାପଠା ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର୍‌ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ବୌଦ୍ଧ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ରମାକାନ୍ତ ସେଠୀ ଭୁବନେଶ୍ୱରରୁ କାର୍‌ ଯୋଗେ ବୌଦ୍ଧକୁ ଫେରୁଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥର କଲରାପଠା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ିର ଡ୍ରାଇଭର ଜଣକ ହଠାତ୍‌ ବ୍ରେକ୍‌ ମାରିବାରୁ ଗାଡ଼ିଟି ଓଲଟି ପଡ଼ି ରାସ୍ତା କଡ଼ରେ ଥିବା ଏକ ଗଛରେ ଏହାର ପଛ ପଟ ପିଟି ହୋଇଯାଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଶ୍ରୀ ସେଠୀଙ୍କୁ ପ୍ରାୟ ୫୫ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ବୌଦ୍ଧ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।