ଓଡିଆନ୍ ନ୍ୟୁଜ

29

ଜୈସ-ଇ-ମହମ୍ମଦର ଆକ୍ରମଣ ଯୋଜନା: ଟାର୍ଗେଟରେ ଶ୍ରୀମନ୍ଦିର, ବଢିଲା ସୁରକ୍ଷା

Team Odian News |

ଜୈସ-ଇ-ମହମ୍ମଦର  ଆକ୍ରମଣ ଯୋଜନା: ଟାର୍ଗେଟରେ ଶ୍ରୀମନ୍ଦିର, ବଢିଲା ସୁରକ୍ଷା

ପୁରୀ : ଭାରତର ବିଭିନ୍ନ ସ୍ଥାନ ଉପରେ ଜଳମାର୍ଗ ମାଧ୍ୟମରେ ଆକ୍ରମଣ ଲାଗି ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ଅଣ୍ଡର ୱାଟର ୱିଙ୍ଗ ପ୍ରସ୍ତୁତ କରୁଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ସର୍ତକ କରିଛି। ପ୍ରଥମେ ଲକ୍ସର-ଇ-ତୋଇବା ଏବେ ଜୈସ-ଇ-ମହମ୍ମଦ ଭାରତ ଉପରେ ଆକ୍ରମଣ ଲାଗି ଯୋଜନା ପ୍ରସ୍ତୁତ କରୁଛି। ରିପୋର୍ଟକୁ ଆଧର କରି ଭାରତ ସରକାର ସମସ୍ତ ରାଜ୍ୟକୁ ହାଇଆର୍ଲାଟ ଜାରି କରିଛନ୍ତି। ଭାରତର ପ୍ରମୁଖ ସ୍ଥାନମାନଙ୍କରେ ଏହି ଆକ୍ରମଣ ହୋଇପାରେ। ଏଥିରେ ଶ୍ରୀମନ୍ଦିର ଆସୁଥିବା ଜଣାପଡିଛି। ଶ୍ରୀମନ୍ଦିର ସୁରକ୍ଷା ଲାଗି ଗୋଇନ୍ଦା ବିଭାଗ ରାଜ୍ୟ ସରକାରଙ୍କୁ ସତର୍କ କରିଛି। ରାଜ୍ୟ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମୁଦ୍ରତଟ ଏବଂ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଲାଗି ଗୃହ ବିଭାଗ ପକ୍ଷରୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଆସିଥିବା ଜଣାପଡିଛି। ଏନେଇ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ଶ୍ରୀମନ୍ଦିର ଓ ସମୁଦ୍ରତଟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀମନ୍ଦିରରେ ସିସିଟିଭି ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି। ୪ସାମୁଦ୍ରିକ ଥାନା ସମେତ ଜିଲାର ସମସ୍ତ ଥାନାକୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ବେଳାଭୂମିରେ ସୁରକ୍ଷାକୁ କଡାକଡି କରାଯାଇଛି। ପେଣ୍ଟକଟା ଠାରୁ ଷ୍ଟର୍ଲିନ ପର୍ଯ୍ୟନ୍ତ ବେଳାଭୂମିରେ ପୋଲିସ ପାଟ୍ରୋଲିଂ କରାଯିବ। ଯେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବେଳାଭୂମି ଅଥବା ସହରରେ ବୁଲୁଥିବା ନଜରକୁ ଆସିଲେ, ସେମାନଙ୍କୁ ଥାନାକୁ ଆଣି ପଚରାଉଚୁରା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାତ୍ରୀ ପାଟ୍ରୋଲିଂ, ପ୍ରବେଶ ପଥରେ ଯାନବାହନ ଚେକିଂ କଡାକଡି କରାଯାଇଛି। ଏନେଇ ପୁରୀ ପୋଲିସ ସମ୍ପର୍ଣ୍ଣ ପ୍ରସ୍ତୁତ ରହିିଛି ବୋଲି ଏସ୍‌ପି ଦାଶ କହିଛନ୍ତି।