ଓଡିଆନ୍ ନ୍ୟୁଜ

23

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ; ଜଣେ ଯବାନ ସହିଦ

Team Odian News |

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଆଜି ବଣ୍ଡାଘାଟି ପାକନାଗୁଡ଼ା ଜଙ୍ଗଲରେ ମାଓବାଦୀମାନେ ଥିବା ନେଇ ସୂଚନା ମିଳିବା ପରେ ଏସ୍‌ଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବ ଦେଇଥିଲେ। ଗୁଳିବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କ ଚିକିତ୍ସା ପାଇଁ ତାଙ୍କୁ ବିଶାାଖପାଟଣା ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ କମ୍ବିଂ ଅପରେସନ ପରେ ୫୦ରୁ ୬୦ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ଅପରେସନକୁ ଅଧିକ ଜୋରଦାର କରିବା ପାଇଁ ବିଏସ୍‌ଏଫ ଯବାନମାନଙ୍କୁ ସାମିଲ କରାଯାଇଛି।