ଓଡିଆନ୍ ନ୍ୟୁଜ

153

ଭାରତୀୟ କଳା ସଂସ୍କୃତିର ଅଲିଭା ସ୍ୱାକ୍ଷର ‘ସୁରଭି’ ସୋସିଆଲ ମିଡ଼ିଆରେ ପୁଣି ‘ସୁରଭି’ ପରିବେଷଣ କରିବାର ଯୋଜନା ରହିଛି- ସିଦ୍ଧାର୍ଥ କାକ

Team Odian News |

ଭାରତୀୟ କଳା ସଂସ୍କୃତିର ଅଲିଭା ସ୍ୱାକ୍ଷର ‘ସୁରଭି’
ସୋସିଆଲ ମିଡ଼ିଆରେ ପୁଣି ‘ସୁରଭି’ ପରିବେଷଣ କରିବାର ଯୋଜନା ରହିଛି- ସିଦ୍ଧାର୍ଥ କାକ

ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ସୁରଭି’ ଆଜିବି ତାର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି  । ୧୯୯୦ ମସିହାରେ ଅର୍ଥାତ ୨୮ ବର୍ଷ ତଳେ  ଆରମ୍ଭ ହୋଇଥିଲା ଏହି ଧାରାବାହିକଟି ସାରା ଭାରତରେ ଚର୍ଚ୍ଚା ପାଲଟିଥିଲା  । ୧୯୯୧ ମସିହାରେ  ସାମୁହିକ  ସମୟ ପାଇଁ  ଧାରାବାହିକଟି  ବନ୍ଦ ରହିଥିଲେ ହେଁ  ୨୦୦୧ ମସିହା ପର୍ଯ୍ୟନ୍ତ ଦିର୍ଘ ସମୟ ଏହା ନିରବଚ୍ଛିନ ଭାବେ ପ୍ରସାରିତ ହୋଇ ଦର୍ଶକଙ୍କ ଭଲପାଇବା ସାଉଁଟି ପାରିଥିଲା  । ଭାରତର ଭିନ୍ନ ଭିନ୍ନ ସଂସ୍କୃତି  ଓ ସ୍ୱତନ୍ତ୍ରତାକୁ ଏହି ଧାରାବାହିକ ମାଧ୍ୟମରେ ଲୋକଲୋଚନକୁ ଅଣାଯାଇପାରି ଥିଲା ।  ଧାରାବାହିକଟି ତକ୍ରାଳୀନ ସମୟର  ସମସ୍ତ ଧାରାବାହିଠାରୁ ଅଧିକ ଦିନ ଧରି ଚାଲିଥିବା ଧାରାବାହିକର ଆଖ୍ୟା ପାଇଥିଲା  । ୧୯୯୩ ମସିହାରେ ‘ସୁରଭି’କୁ ମଳିଥିଲା ଏକବଡ଼ ସଫଳତା   । ଏହାର ପ୍ରଯୋଜନା କରିଥିବା ସିଦ୍ଧାର୍ଥ କାକଙ୍କ ନାମରେ ଗୋଟିଏ ଦିନରେ ୧୪ଲକ୍ଷ ଚିଠି ଆସିବା ସହ ଧାରାବାହିକଟି ‘ଲିମକା ବୁକ ଅଫ ରେକର୍ଡ଼’ରେ ସ୍ଥାନ ପାଇଥିଲା । ଭୁବନେଶ୍ୱରକୁ ଏକ ଘରୋକ କାର୍ଯ୍ୟକ୍ରମରେ ଆସିବା ଅବସରରେ ତାଙ୍କ ସହିତ କିଛି ଅନ୍ତରଙ୍ଗତା ବାଢ଼ିଛନ୍ତି ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍  । ସେ କହନ୍ତି, “ସୁରଭି ଭଳି ଧାରାବାହିକର ସବୁବେଳେ ଚାହିଦା ରହିଛି । ହେଲେ ତାହାକୁ ଟିଭି ମଧ୍ୟମରେ ପରିବେଷଣ କରିବା ଏବେ ସମ୍ଭବ ନୁହେଁ, କାରଣ ଟିଭିର ଭବିଷ୍ୟତ ଟିଭି ନୁହେଁ  । ବର୍ତ୍ତମାନ ଡ଼ିଜିଟାଲ୍ ଯୁଗ ଆଉ ସେଇ ପୁରୁଣା ଦର୍ଶକ ମଧ୍ୟ ନାହାନ୍ତି । ବର୍ତ୍ତମାନ ନୂଆ ଦର୍ଶକ ସେମାନଙ୍କ ପାଇଁ ନୂଆ ଚିନ୍ତାଧାରା ନୂଆ ମାଧ୍ୟମରେ ସୁରଭିର ପରିବେଷଣ ଆବଶ୍ୟକତା ରହିଛି । ତେଣୁ ସୋସିଆଲ ମିଡ଼ିଆକୁ ନେଇ ଏମିତି ଏକ ସ୍ମାର୍ଟ କାର୍ଯ୍ୟକ୍ରମ ହେବା ଉଚିତ ଯାହାକି ଆଜିର ଯୁବ ପିଢିଙ୍କୁ ଆକୃଷ୍ଟ କରିପାରିବ । ଆଉ ସେମାନଙ୍କୁ ଭାବିବାକୁ ବାଧ୍ୟ କରିବ ଯେ ଆମ ପୂର୍ବ ପିଢିଙ୍କ ସମୟରେ ଏହାଥିଲା, ଆମେ କ’ଣ ନୂଆ କରିପାରିବା । ଏ ନେଇ ଆମେ ଯୋଜନା ମଧ୍ୟ କରିଛୁ ଯଦି ସବୁ କିଛି ଠିକ୍‍ ହୁଏ ତେବେ ସୁରଭି ପୁଣିଥରେ ନୂଆ ରୁପରେ ଦର୍ଶକଙ୍କ ପାଖକୁ ଫେରିଆସିବ  ।  
ଘାନସାରୁ ସୁରଭି
‘ସୁରଭି’ରେ ସିଦ୍ଧାର୍ଥ କାକ ଓ ରେଣୁକା ସାହାନେ ଉପସ୍ଥାପନା ଥିଲା ଚମକ୍ରାର । ୪୦ବର୍ଷ ବୟସରେ କାକ ତାଙ୍କ କ୍ୟାରିୟର ‘ସୁରଭି’ ଜରିଆରେ ଆରମ୍ଭ କରିଥିଲେ  । ସୁରଭି ଆରମ୍ଭ ହେବା ସମୟରେ ସରକାର ଅଦଳବଦଳ ହେବାସହ ଭିପି ସିଂ ପ୍ରଧାନମନ୍ତ୍ରୀ  ହୋଇଥିଲେ । ଦକ୍ଷିଣରେ କାକଙ୍କ ଜଣେ ବନ୍ଧୁ ମନ୍ତ୍ରୀ ରହିଥିଲେ ଓ ସେ ତାଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ ସରକାର ଟିଭିରେ ବର୍ତ୍ତମାନର ଘଟଣା  ଓ ସଂସ୍କୃତିକୁ ନେଇ ଧାରାବାହିକ କରିବାକୁ ଚାହୁଁଛନ୍ତି । ଏହାପରେ ସେ ସୂଚନା ଓ ପ୍ରସାରଣ ବିଭାଗର ମୁଖ୍ୟ ସଚିବଙ୍କୁ ଦେଖାକରିଥିଲେ  । ତାଙ୍କର ସେହି ସଚିବଙ୍କ ସହ ଏକ ଗୁରୁତ୍ୱପୁର୍ଣ୍ଣ  ଆଳାପମଧ୍ୟ ହୋଇଥିଲା । ସେ ତାଙ୍କର ଥିମ୍‍ ଅନୁସାରେ ସେ ଘାନସା ଅର୍ଥାତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଓ ନୃତ୍ୟ ଶିଳ୍ପୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରସାରଣ ପାଇଁ ମତ ରଖିଥିବା ବେଳେ ସଚିବ ଜଣକ କହିଥିଲେ ଗୋଟିଏ  ସେଗମେଣ୍ଟରେ ଗୋଟିଏ ବିଷୟ  କଭର  କରାଯିବ ଆଉ ଅନ୍ୟ ସେଗମେଣ୍ଟରେ  ଆଉ ଗୋଟିଏ ବିଷୟ । ସାରାଭାରତକୁ ଇନ୍ଦ୍ରଧନୁ ଭଳି କଭର କରିବାର ପ୍ରସ୍ତାବ ଦେଇଥିଲେ  । ଯେଉଁଥିରୁ ସୁରଭିର ଜନ୍ମ ହୋଇଥିଲା ବୋଲି କାକ କହନ୍ତି । ସୁରଭିର କନସେପ୍ଟ ସ୍ଥିର ହେବାପରେ କାକଙ୍କ  ସହ  ଉପସ୍ଥାପନା ଓ ର୍ସ୍କିନିଙ୍ଗ ସେୟାର କରିବା ପାଇଁ ସେ ଜଣେ ସାଥି ଖୋଜୁଥିଲେ  । ସେ ଅନେକ ସୁନ୍ଦର ମହିଳା ପୁରୁଷଙ୍କୁ ଭେଟିଥିଲେ ହେଲେ ସେ ଚାହୁଁଥିଲେ ଜଣେ ବୁଧିଆ ବ୍ୟକ୍ତି  ।  ଯାହାର କଥା ଶୁଣି ଦର୍ଶକମାନେ ଭାବିବେ ଯେ କହୁଥିବା ଲୋକଟି କିଛି ଜାଣିଛି ସେହି ବିଷୟରେ । ଅଡ଼ିସନରେ ଭେଟ ହୋଇଥିଲା ରେଣୁକା ସାହାନେଙ୍କ ସହ । ରେଣୁକା ଅଡ଼ିସନ ସମୟରେ ତାଙ୍କୁ ପଚରାଯାଇଥିବା ବୁଦେ୍ଧଶ୍ୱର ମନ୍ଦିର ବିଷୟରେ ବିଶେଷ କିଛି କହିପାରି ନଥିଲେ ମଧ୍ୟ ପରିସ୍ଥିତି ସମ୍ଭାଳିଲା ଭଳି ତାଙ୍କ ମୁହଁରେ ହସ ଥିଲା । ଅନ୍ୟ ସବୁ ପକ୍ରିୟା ପରେ ରେଣୁକାଙ୍କୁ ମନୋନିତ କରାଯାଇଥିଲା ‘ସୁରଭି’ ପାଇଁ । ରେଣୁକା ନିଜର ଅଡ଼ିସନ ରେକଡ଼ିଙ୍ଗ ଶୁଣି କହନ୍ତି ମୋତେ ହିନ୍ଦିର କଠିନ ଶବ୍ଦଗୁଡ଼ିକ ବହୁ କଷ୍ଟରେ ଉଚ୍ଚାରଣ କରିବାକୁ ପଡ଼ୁଥିଲା କାରଣ ସେଗୁଡ଼ିକ ସଂସ୍କୃତି ଭିତ୍ତିକ ଥିଲା ।
ଦିନକରେ ୧୪ଲକ୍ଷ ଚିଠି ସୁରଭିର ବଡ଼ ସଫଳତା
ଏହାପରେ ପୂର୍ବପ୍ରସ୍ତୁତି ଯୋଜନା ଅନୁସାରେ ଧାରାବାହିକଟି ଆରମ୍ଭ ହେବାସହ ଦେଶର ବିଭିନ୍ନ ଅଞ୍ଚଳର ସଂସ୍କୃତି ଲୋକକଳାକୁ ଦେଖାଇବା ପ୍ରୟାସ ଆରମ୍ଭ କରିଥିଲା । ଏହାର ଗୋଟିଏ ବର୍ଷ ପୂର୍ତ୍ତି ହେବାପରେ ଧାରାବାହିକୁ ମିଳିଥିଲା ଲୋକପ୍ରିୟ ‘ଅମୁଲ’ର ବିଜ୍ଞାପନ  । ଯାହାକି କାକ ଓ ତାଙ୍କର ମାର୍କେଟିଙ୍ଗ ଏଜେନିସଙ୍କ ଉଦ୍ୟମ ପାଇଁ ସମ୍ଭବ ହୋଇଥିଲା । ସେହିଭଳି୧୯୯୩ ମସିହାରେ “ସୁରଭି”କୁ ମଳିଥିଲା ଏକବଡ଼ ସଫଳତା  ସିଦ୍ଧାର୍ଥ କାକଙ୍କ ନାମରେ ଗୋଟିଏ ଦିନରେ ୧୪ଲକ୍ଷ ଚିଠି ଦର୍ଶକଙ୍କ ପାଖରୁ ଆସିବା ସହ ଧାରାବାହିକଟି “ଲିମକା ବୁକ ଅଫ ରେକର୍ଡ଼”ରେ ସ୍ଥାନ ପାଇଥିଲା ।  କାକା ତାଙ୍କର ସ୍ମୃତିକୁ ମନ ପକାଇ ଆଉ ଏକ କଥା ମଧ୍ୟ କହନ୍ତି  “ସୁରଭି”ର ୧୦୦ତମ ଅଧ୍ୟାୟରେ ମୁଁ ପ୍ରଥମଥର ପାଇଁ ଷ୍ଟୁଡ଼ିଓ ଛାଡ଼ି ବାହାରକୁ ସୁଟିଂ ପାଇଁ ଯାଇଥିଲି । ସେତେବେଳେ ସୁଟିଂ  ଫତେହପୁର ସିକିରରେ ଚାଲିଥାଏ  । କାକଙ୍କୁ ଲୋକମାନେ ନିକଟରେ ପାଇ ଖୁସି ହେବାସହ କ’ଣ ପାଇଁ ସାଙ୍ଗରେ ରେଣୁକାଙ୍କୁ ଆଣି ନାହାନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । ସେହି ସମୟରେ ତାଙ୍କ ସହିତ ଜଣେ ବରିଷ୍ଠ ବ୍ୟକ୍ତି ଥିଲେ ମଧ୍ୟ ହୁଏତ ସେ ଜଣିନଥିଲେ ତାଙ୍କ ପାଖରେ କାକ ଛିଡ଼ା ହୋଇଛି ବୋଲି । ହେଲେ ସେହି ସମୟରେ ପାଖାପାଖି ୧୦ହଜାର ଲୋକ ତାଙ୍କୁ ଘେରିଯାଇଥିଲେ  ଓ ତାଙ୍କଠାରୁ ଅଟୋଗ୍ରାଫ ନେଇଥିଲେ । ଏ ନେଇ ସେ କହନ୍ତି ସୌଭାଗ୍ୟକୁ ସେହି ସମୟରେ ଲୋକଙ୍କ ପାଖରେ କ୍ୟାମେରା ନଥିଲା ନହେଲେ ସେଲଫି ନେବା ପାଇଁ ଭିଡ଼ ଜମିଥାନ୍ତା  । ଏହାସହ ସେ କହନ୍ତି ସେଦିନର ଘଟଣା ପରେ ପ୍ରଥମଥର ପାଇଁ ମୋତେ ଅନୁଭବ ହୋଇଥିଲା ଯେ ଆମେ ଲୋକପ୍ରିୟ ହୋଇଯାଇଛୁ  । କେବଳ ସେତିକି ନୁହେଁ ସୁରଭି ପାଇଁ ଲୋକମାନେ ତାଙ୍କୁ ଅନୁକରଣ କରିଥିବାର ସେ କହନ୍ତି । କୋଣସି ସିନେମାର ହିରୋ ନହୋଇଥିଲେ ମଧ୍ୟ ଲୋକମାନେ ତାଙ୍କ ଭଳି ପୋଷାକ ପିନ୍ଧିବା ସହ ଚୁଟି କାଟିଥିବାର ଦେଖିବାକୁ ମିଳିଥିଲା ସେହି ସମୟରେ । ଏପରିକି  ସୁରଭିର ଦୁଇ ଉପସ୍ଥାପକଙ୍କ ନାମ ଅନୁସାରେ ମୁମ୍ବାଇର ଦୁଇଟି ଚିଡ଼ିଆଖାନର ବାଘଙ୍କ ନାମ ମଧ୍ୟ ଦିଆଯାଇଥିଲା । ଶ୍ରୀ କାକ ଭଲରେ ହିନ୍ଦି କହି ଜାଣୁ ନଥିବାରୁ ତାଙ୍କୁ ଅନୁବାଦ କରି ବୁଝିବାକୁ ପଡ଼ୁଥିଲା ବିଷୟବସ୍ତୁ ଉପରେ । ଏ ନେଇ ସେ କହନ୍ତି ମୋର ହିନ୍ଦୀ ସେତେ ଭଲ ହେଉ ନଥିଲା ହେଲେ ସୁରଭି ପାଇଁ ମୁଁ ଭଲରେ ହିନ୍ଦୀ କହିବା ଶିଖିବା ସହ ଭାରତର କଳା ଓ ସଂସ୍କୃତି ବିଷୟରେ ଭଲଭାବରେ ଜାଣିପାରିଲି । ଏହିଭଳି କାକ ଓ ରେଣୁକାଙ୍କ ସମେତ ସୁରଭି ପୁରା ଟିମ୍ର ସହଯୋଗରେ ୨୦୦୧ ମସିହା ପର୍ଯ୍ୟନ୍ତ ଚାଲିଥିଲା ଧାରାବାହିକଟି ।