ଓଡିଆନ୍ ନ୍ୟୁଜ

41

ଜଙ୍ଗଲ ସୃଷ୍ଟି ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଲା ୫ ହଜାର ୯୩୩ .୯୮ କୋଟି

Team Odian News |

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୫ ହଜାର ୯୩୩ .୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କାମ୍ପା ଫଣ୍ଡ ଜରିଆରେ ଏହି ଟଙ୍କା ମଞ୍ଜୁର କରାଯାଇଥିବା ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଗୁରୁବାର ଦିନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାର ଓଡ଼ିଶା ସମେତ ୨୭ଟି ରାଜ୍ୟକୁ ୪୭ ହଜାର ୪୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଓଡ଼ିଶା ପରେ ଛତିଶଗଡ଼କୁ ଦ୍ୱିତୀୟ ସର୍ବାଧିକ ୫ ହଜାର ୭୯୧.୭ କୋଟି ଟଙ୍କା ମିଳିଛି। ରାଜ୍ୟ ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କ ବୈଠକରେ ଜାଭଡ଼େକର ଏହି ଘୋଷଣା କରିଛନ୍ତି। ଜଙ୍ଗଲ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ବଜେଟ୍ ସହ କେନ୍ଦ୍ରର ଏହି ଅତିରିକ୍ତ ଅନୁଦାନ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତେବେ ଏହି ଅର୍ଥ କର୍ମଚାରୀଙ୍କୁ ଦରମା ପ୍ରଦାନ, ଗସ୍ତ ଖର୍ଚ୍ଚ ବା ଚିକିତ୍ସା ଭତ୍ତା ବାବଦରେ ବିନିଯୋଗ ହୋଇପାରିବନି ବୋଲି ଜାଭଡ଼େକର ସ୍ପଷ୍ଟ କରିଦେଇଛନ୍ତି।