ଓଡିଆନ୍ ନ୍ୟୁଜ

106

ଲୁଗା ଶୁଖାଇବାବେଳେ ବିଦ୍ୟୁତ ନେଲା ୨ ଜୀବନ

Team Odian News |

ବଲାଙ୍ଗୀର: ବିଦ୍ୟୁତ ନେଲା ଜୀବନ । ବଲାଙ୍ଗୀର ଲୋଇସିଂହାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀକୁ ବଂଚାଇବାକୁ ଯାଇ ସ୍ୱାମୀର ମୃତ୍ୟୁ ହୋଇଛି । ଲୁଗା ଶୁଖାଇବାବେଳେ ଘଟିଥିଲା ଏଭଳି ଅଘଟଣ । ମିଳିଥିବା ସୂଚନା ମୁତାବକ ଲୋଇସିଂହାର ଆଗଲପୁରରେ ରଜନୀ ନାଗ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ | ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ହେମନ୍ତ ନାଗ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ | ଯାହାଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା