ଓଡିଆନ୍ ନ୍ୟୁଜ

74

ବାଣ କାରଖାନାରେ ବିସ୍ଫୋରଣ, ୧୧ ମୃତ

Team Odian News |

ଚଣ୍ଡିଗଡ: ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। କାରଖାନାର ଦୁଇଟି ଘରେ ୫୦ରୁ ଅଧିକ ଲୋକ ଫଶି ରହିଥିବା ମଧ୍ୟ ସୂଚନା ରହିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଣ ବିସ୍ପୋରଣର ଶବ୍ଦ ଏତେ ଜୋର ଥିଲା ଯେ କାରଖାନା ନିକଟରେ ଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ।ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ଦମକଳବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି। ବାଣ ବିସ୍ଫୋରଣ ଯୋଗୁଁ ପ୍ରବଳ ଧୂଆଁ ବାହାରୁଛି ଏଥିପାଇଁ କାରଖାନା ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ଅସୁବିଧା ହେଉଥିବା ସୂଚନା ରହିଛି। ଅପରାହ୍ନ ୪ଟା ସମୟରେ ବାଣ କାରଖାନାରେ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ବିସ୍ପୋରଣ ପଛର କାରଣ ଜଣାପଡ଼ି ନାହିଁ।