ଓଡିଆନ୍ ନ୍ୟୁଜ

87

ଭୁଶୁଡିଲା ୩ମହଲା ବିଶିଷ୍ଟ କୋଠା ଘର

Team Odian News |

ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦ ଅମରାଇଓ୍ବାଡିରେ ଗୁରୁବାର ଦ୍ୱିପହରରେ ଏକ ୩ମହଲା ବିଶିଷ୍ଟ କୋଠା ଘର ଭୁଶୁଡିପଡ଼ିଛି। ଘରର କାନ୍ଥ ପଡ଼ିବାରୁ ଏହାର ଭଗ୍ନାବଶେଷ ତଳେ ବହୁ ଲୋକ ଫଶିରହିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏହି ଦୁର୍ଘଟଣାରେ କେହି ହତାହତ ହୋଇଥିବା ସୂଚନା ମିଳିନାହିଁ। ତେବେ ଏବେ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ।