ଓଡିଆନ୍ ନ୍ୟୁଜ

134

ଅଟକିଛି ଭାରତ ଛାଡ୍‍ ।

Team Odian News |

 ଅଟକିଛି  ଭାରତ ଛାଡ୍‍  ।
କେନ୍ଦ୍ରାପଡ଼ା,୫/୧୦(ଓଡ଼ିଆନ୍‍ ନ୍ୟୁଜ୍‍ ): ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ବାଂଲାଦେଶୀ ଏବଂ ଅନୁପ୍ରବେଶକାରୀ ମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି ଆମ ଦେଶ  । ବିଶେଷ କରି କେନ୍ଦ୍ରାପଡ଼ା ଜିଲାର ରାଜନଗର ଏବଂ ମହାକାଳପଡ଼ା ଅଞ୍ଚଳ ଏବେ ସେମାନଙ୍କ ପାଇଁ ବିପନ୍ନ ହୋଇପଡ଼ିଛି  । ରାଜ୍ୟ ତଥା ଦେଶର ସୁରକ୍ଷା ପାଇଁ ଏହି ଅଞ୍ଚଳରେ ବସବାସ କରୁଥିବା ବାଂଲାଦେଶୀ ଏବଂ ଅନୁପ୍ରବେଶକାରୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି  । ୧୨ ବର୍ଷ ତଳେ ଜିଲାର ତିନୋଟି ତହସିଲରେ ୧୬୪୯ ଜଣ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ୍‍ କରାଯାଇଥିଲା  । ଏହା ସହିତ କେବଳ ମହାକାଳପଡ଼ା ଅଞ୍ଚଳରେ ୧୫୫୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ଭାରତ ଛାଡ଼ି ଚାଲିଯିବା ପାଇଁ ନୋଟିସ୍‍ ଦିଆଯାଇଥିଲା  । ହେଲେ ତାହା ଆଜି ଶୀତଳ ଭଣ୍ଡାରରେ ଅଟକି ରହିଛି  । 
କେନ୍ଦ୍ରାପଡ଼ା ଜିଲାର ରାଜନଗର, ପଟ୍ଟାମୁଣ୍ଡାଇ ଏବଂ ମହାକାଳପଡ଼ା ତହସିଲ ଅର୍ନ୍ତଗତ ୧୬ ଟି ଗ୍ରାମର ୩୭୭ଟି ପରିବାରର ୧୬୪୯ ଜଣଙ୍କୁ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରାଯାଇଛି  । ୨୦୦୩ ମସିହାରେ ପ୍ରଶାସନ, ରାଜସ୍ୱ ବିଭାଗ ଏବଂ ପୁଲିସ ପକ୍ଷରୁ ଏକ କମିଟି ଗଠନ କରାଯାଇ କେନ୍ଦ୍ରାପଡ଼ା ଜିଲାର ଏହି ତିନୋଟି ତହସିଲରେ ୧୬୪୯ ଜଣ ଅନୁପ୍ରବେଶକାରୀ ରହିଥିବା ନେଇ ଚିହ୍ନଟ କରାଯାଇଥିଲା  । ଯାହାକି ଓଡ଼ିଶା ସରକାର ଏବଂ କେନ୍ଦ୍ରସରକାରଙ୍କ ସହିତ ଗୃହ ବିଭାଗକୁ ଅବଗତ କରାଯାଇଥିଲା  । ୨୦୦୫ ମସିହା ଜାନୁୟାରୀ ମାସ ୬ ତାରିଖ ଦିନ ଗୃହ ବିଭାଗର ଚିଠି ନମ୍ବର ୮୬୬ରେ କେନ୍ଦ୍ରାପଡ଼ା ଏସ୍‍ପିଙ୍କୁ    ମହାକାଳପଡ଼ାର ୧୦ଟି ଗ୍ରାମରେ ବସବାସ କରୁଥିବା ୩୫୭ ପରିବାରର ୧୫୫୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଭାରତ ଛାଡ଼ି ଚାଲିଯିବା ପାଇଁ କୁହାଯାଇଥିଲା  । ଏଥି ପାଇଁ ଅନୁପ୍ରବେଶକାରୀ ମାନେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଆଶ୍ରୟ ନେଲେ  ।  ହେଲେ ଏହି ନୋଟିସ୍‍ ବିରୁଦ୍ଧରେ ସେତେବେଳେ  ଦେଶାନ୍ତର ପ୍ରକିୟାରେ ବାଧା ଉପୁଜିଥିଲା ।ମାନ୍ୟବର ହାଇକୋର୍ଟ ଏହି ସଂମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହିତ ବିଚାରକରି ଦେଶାନ୍ତରକୁ ସ୍ଥଗିତ ରଖିବାପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଏହି ଅନୁପ୍ରବେଶକାରୀ ମାନଙ୍କୁ ଶରଣାର୍ଥୀ ଭାବେ ଆଶ୍ରୟ ଦେବା ପାଇଁ  ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଏବଂ ରାଜନୈତିକ ନେତା ମାନଙ୍କ ପକ୍ଷରୁ ଜିଲାପାଳ ଏବଂ ସରକାରଙ୍କୁ କୁହାଗଲା  । ଏସ୍‍ପି ଏହି ଘଟଣା ସଂପର୍କରେ ସରକାରଙ୍କୁ ଫେବୃୟାରୀ ୧୦, ୨୦୦୫ରେ ଚିଠି ନମ୍ବର ୪୦୪ରେ ଅବଗତ କଲେ  । ପୁର୍ନବାର ତଦନ୍ତ କରାଯାଇ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ  ଗୃହ ବିଭାଗ  ଫେବୃୟାରୀ ୧୧, ୨୦୦୫, ଚିଠି ନମ୍ବର ୭୨୬୮ରେ ପ୍ରଶାସନକୁ ଜଣାଇଥିଲେ  । ଏହି ଚିଠି ପାଇବା ପରେ କେନ୍ଦ୍ରାପଡ଼ା ଜିଲାପାଳ ୨୦୧୨ ମସିହା ଅଗଷ୍ଟ ୩୧ରେ ପୁର୍ନବାର ତଦନ୍ତ କରି ଅନୁପ୍ରବେଶକାରୀଙ୍କ ସଂଖ୍ୟା ସହିତ ବିଭିନ୍ନ ପ୍ରକାରର ବୋଲି ଅବଗତ କରିଛନ୍ତି  । ହେଲେ  ୪ ବର୍ଷ ପରେ ମଧ୍ୟ ଗୃହ ବିଭାଗ ଏହି ଘଟଣା ସଂପର୍କରେ କୌଣସି ପଦକ୍ଷେପ ନେଇପାରୁ ନାହାଁନ୍ତି  ।  ଜିଲାପ୍ରଶାସନ ପକ୍ଷରୁ ୪ଟି କାଟାଗୋରୀ ମାଧ୍ୟମରେ ଗୃହ ବିଭାଗକୁ ଜଣାଇଛନ୍ତି  । ପ୍ରଥମରେ ତଦନ୍ତ ସମୟରେ ଚିହ୍ନଟ ହୋଇଥିବା ଅନେକ ସେମାନଙ୍କ ପରିଚୟର କୌଣସି କଗଜପତ୍ର ଦେଖାଇପାରିଲେ ନାହିଁ  । ୨ୟରେ କିଛି ଅନୁପ୍ରବେଶକାରୀମାନେ ପୂର୍ବପୁରୁଷ ମାନେ ଶରଣାର୍ଥୀ ଭାବେ ଭାରତ ସରକାର ସେମାନଙ୍କୁ ପରିଚୟପତ୍ର ଦେଇଥିବାର ପ୍ରମାଣ ଦେଖାଇଥିଲେ  । ୩ୟରେ ୧୯୭୧ ରିଫ୍ୟିୁଜ୍‍ କ୍ୟାମ୍ପରେ ଆମେ ଥିଲୁ ହେଲେ ଆମର ପରିଚୟ ପତ୍ର ଆମକୁ ମିଳିପାରି ନାହିଁ  । ୪ର୍ଥରେ ଚିହ୍ନଟ ହୋଇଥିବା ଅନୁପ୍ରବେଶକାରୀ ମାନେ ସେମାନେ ଭାରତୀୟ, ସେମାନେ ପଶ୍ଚିମ ବଙ୍ଗର ବୋଲି କହିଛନ୍ତି  । ଏହି ଚାରିପ୍ରକାର କାଟାଗୋରୀ କରାଯାଇ ଗୃହ ବିଭାଗକୁ ଅନୁମୋଦନ ନିମନ୍ତେ ପଠାଇଦେଇଛନ୍ତି  । ହେଲେ ଉତ୍ତର ମିଳିପାରି ନାହିଁ  । ଏହି ଚାଗୋଟି କ୍ୟାଟାଗୋରୀକୁ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛିଯେ, ଅନୁପ୍ରବେଶକାରୀଙ୍କ ରିଫିଜ୍ୟୁ କ୍ୟାମ୍ପରେ ଦିଆଯାଇଥିବା ପ୍ରମାଣପତ୍ରର ସତ୍ୟତା ଉପରେ ପରୀକ୍ଷା କରିବା, ଯେଉଁ କିଛି ଜଣଙ୍କୁ ପ୍ରମାଣପତ୍ର ମିଳିପାରି ନାହିଁ  ତାହାର । କାରଣ କ’ଣ  । ଯେଉଁମାନେ ପଶ୍ଚିମବଙ୍ଗର ବୋଲି କହୁଛନ୍ତି ସେମାନଙ୍କ ପରିଚୟର ସଂପର୍କରେ ତଦନ୍ତ କରାଯାଉ, ଓଡ଼ିଶାରେ ରିଫିଜ୍ୟୁ କଲୋନୀ କରାଯାଇ ନାହିଁ  ।