ଓଡିଆନ୍ ନ୍ୟୁଜ

84

ବିଧାନସଭାରେ ହଙ୍ଗାମା କଲେ ବହିଷ୍କାର ଦଣ୍ଡ

Team Odian News |

ଭୁବନେଶ୍ୱର  : ଏଣିକି ବିଧାନସଭାରେ ହଙ୍ଗାମା କଲେ ଭୋଗିବାକୁ ପଡ଼ିପାରେ ବହିଷ୍କାରର ଦଣ୍ଡ। ଓଡିଶା ବିଧାନସଭା ବାଚସ୍ପତିଙ୍କ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଥିବାରୁ ଏଭଳି ନିୟମ ଖୁବ ଶୀଘ୍ର ଲାଗୁ ହୋଇପାରେ । ତେବେ ଏଭିଳି ପ୍ରସ୍ତାବକୁ କିନ୍ତୁ ଗ୍ରହଣ କରୁନାହାଁନ୍ତି ବିରୋଧୀ ଦଳର ବିଧାୟକ ଓଡ଼ିଶାରେ ବାଚସ୍ପତି ନିଜେ ପକ୍ଷପାତିତା କରୁଥିବାରୁ ଲୋକଙ୍କ ସ୍ୱର ଉଠାଇବାକୁ ବିଧାୟକ ଆପଣାଉଥିବା ରାସ୍ତା ଛା଼ଡିବେ ନାହିଁ ବୋଲି  ବିଜେପି କହିଛି । କଂଗ୍ରେସ ମଧ୍ୟ ବିଧାୟକଙ୍କୁ ଦଣ୍ଡ ଦେବା ନେଇ ଥିବା ପ୍ରସ୍ତାବିତ ଆଇନକୁ ବିରୋଧ କରିବା ସହ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି।

କେତେବେଳେ ମାର୍ଶାଲଙ୍କ ସହ ବିଧାୟକଙ୍କ ଧସ୍ତାଧସ୍ତି  ତ’ ଆଉ କେତବେଳେ ସିଧା ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗା । ପୁଣି କେତେବେଳେ ମାଇକ ଭାଙ୍ଗିବାକୁ ପ୍ରୟାସ ତ’ ରିପୋର୍ଟରଙ୍କ ଟେବୁଲ ଉପରେ ଠିଆ ହୋଇ ହଙ୍ଗାମା। ଓଡିଶା ବିଧାନସଭାର ଏମିତ ଦୃଶ୍ୟ ପ୍ରାୟ ପ୍ରତି ଅଧିବେଶନର ଦେଖିବାକୁ ମିଳେ । ଆଉ ଏହା ଯୋଗୁଁ ଅନେକ ସମୟରେ ଗୃହର ମୂଲ୍ୟବାନ ବି ସମୟ ନଷ୍ଟ ହେଉଛି।ଏହା ଉପରେ ଲଗାମ କଷିବାକୁ ବାଚସ୍ପତି ଦେଇଛନ୍ତି ନୂଆ ପ୍ରସ୍ତାବ।