ଓଡିଆନ୍ ନ୍ୟୁଜ

17

ଗାଷୀ ବିଲରେ କାମ କରୁଥିବା ବେଳେ ଟାଣିନେଲା କୁମ୍ଭୀର

Team Odian News |

ଚାନ୍ଦବାଲି  :  ଓରାସାହୀ ପଂଚାୟତ ଚାନ୍ଦବାଲି ବ୍ଲକ ନେଢୁଆଳି ଗାଁରେ ଶୁକ୍ରବାର ଜଣେ ଗାଷୀ ବିଲରେ କାମ କରୁଥିବା ବେଳେ କୁମ୍ଭୀର ଟାଣି ନେଇଛି। ଗ୍ରାମବାସୀମାନେ ବୈତରଣୀ ନଦୀ ପଠାରେ କୁମ୍ଭୀର ପାଟିରୁ ଚାଷୀର ମୁଣ୍ଡ ବିହିନ ଶରୀର ଉଦ୍ଧାର କରିଛନ୍ତି। ଆଜି ସକାଳ ୭ଟାରେ ନେଢ଼ୁଆଳି ଗାଁର ବରଜୁ ମାଝୀଙ୍କ ସାନପୁଅ ହେମନ୍ତ ମାଝୀ (୨୮)  ବୈତରଣୀ ନଦୀ କୂଳରେ ଥିବା ଭାଗ ଜମିରେ  ଧାନତଳି ରୋଇବାକୁ ଯାଇଥିଲେ। ବର୍ଷା ହେଉଥିବାରୁ ତଳିଯାକ ରୋଇ ଦେଇ ସଅଳ ଫେରିଆସିବାକୁ କହିଯାଇଥିଲେ। ହେଲେ ଅପରାହ୍ନ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ହେମନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଗାଁ ଲୋକଙ୍କୁ ଏବାବଦରେ କହିଥିଲେ। ଗ୍ରାମବାସୀ ବିଲର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ହେମନ୍ତଙ୍କର କୌଣସି ପତ୍ତା ମିଳିନଥିଲା ।   ବାପା ବରଜୁ ମାଝୀ (୭୫) ମା’ ବେଙ୍ଗୁଲି ମାଝୀ (୬୫) ପତ୍ନୀ ଅଳି ମାଝୀ(୨୫) ଏକ ମାତ୍ର ୧୦ ମାସର ଝିଅ ଲକ୍ଷ୍ମୀ ମାଝୀ ହେମନ୍ତଙ୍କ ବିବାହର ୬ବର୍ଷ ପରେ ୧୦ ମାସର ଏକ ଶିଶୁ କନ୍ୟା ହୋଇଥିବା ବେଳେ ହେମନ୍ତ ପର ଘରେ ମୁଲ ଲାଗିବା ସହିତ ନିଜର ଚାଷ ଜମି ନଥିବାରୁ ଭାଗବିଲ ଆଣି ଧାନ ଚାଷ କରି ୪ ପ୍ରାଣୀ କୁଟୁମ୍ବ ମୁହଁରେ ଆହାର ଯୋଗାଉଥିଲେ। ହେଲେ ହଠାତ ଆଜି ତାଙ୍କ ପରିବାର ଉପରେ ଭାଙ୍ଗି ପଡ଼ିଲା ଦୁଃଖର ପାହାଡ଼। ସକାଳେ ବିଲକୁ ଧାନ ତଳି ରୋଇବାକୁ ଯାଇଥିବା ବେଳେ ସେ କୁମ୍ଭୀର ହାବୁଡ଼ରେ ପଡ଼ିଥିଲେ।ବିଲରେ ଏକୁଟିଆ ହେମନ୍ତକୁ ପାଇ କୁମ୍ଭୀର ଟାଣିନେଇଥିଲା। ଉଦ୍ଧାର ବେଳେ ନଦୀ ପଠାରେ କୁମ୍ଭୀର ହେମନ୍ତକୁ ଖାଉଥିବା ବେଳେ ଗ୍ରାମବାସୀ ଘଉଡ଼େଇ କେବଳ ମୁଣ୍ଡ ଜବତ କରିଥିଲେ। ଉଦ୍ଧାର ହେବା ପୂର୍ବରୁ କୁମ୍ଭୀର ହେମନ୍ତ ଶରୀରର ସମସ୍ତ ହାତ ଗୋଡ଼ ଛାତି ଖାଇସାରିଥିଲା । ଶରୀରର ଅବଶିଷ୍ଠ ଅଂଶକୁ ଉଦ୍ଧାର ପରେ ଘଟଣାସ୍ଥଳରେ ସାରଣା ରାଜସ୍ୱ ନିରୀକ୍ଷକ ଯୋଗେନ୍ଦ୍ର ପ୍ରସାଦ ମାଝୀ ତଦନ୍ତ କରିଥିବା ବେଳେ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ବନବିଭାଗ ତୁରନ୍ତ ହେମନ୍ତଙ୍କ ପରିବାରକୁ କ୍ଷତିପୁରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।