ଓଡିଆନ୍ ନ୍ୟୁଜ

14

ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ତାଙ୍କ ଛାତ୍ରୀ

Team Odian News |

ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ। ଏହି ଛାତ୍ରୀ ଜଣକ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟ କରି ଶାଶ୍ୱତ ଯୋଶୀଙ୍କୁ ସବୁଠୁ ବଡ଼ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି ବୋଲି କହିବା ସହିତ ତାଙ୍କ ଉପରେ ଅନେକ ଗୁରୁତର ଆରୋପ ଲଗାଇଛନ୍ତି।ଆକାଂକ୍ଷା ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଲେଖିଛନ୍ତି, “୨୦୧୧ ମସିହାରେ ଗୋଟିଏ ଏନ୍‌ସିସି କ୍ୟାମ୍ପରେ ତାଙ୍କ ସହ ମୋର ଦେଖା ହୋଇଥିଲା। ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ନିର୍ଦ୍ଦେଶନା ଦେବାକୁ ସେ ଏଠାକୁ ଆସିଥିଲେ। ତାଙ୍କ ଉତ୍ତମ ବ୍ୟକ୍ତିତ୍ୱ ଓ ଦକ୍ଷତା ଦେଖି ପ୍ରଥମେ ତ ମୁଁ ତାଙ୍କ ପ୍ରତି ଆକୃଷ୍ଟ ହୋଇଯାଇଥିଲି। ମୋର ନାଚ ପ୍ରତି ଆଗ୍ରହ ଥିବାରୁ ଦ୍ୱାଦଶ ଶ୍ରେଣୀ ପଢ଼ିବା ପରେ ମୁଁ ତାଙ୍କ ଡ୍ୟାନ୍ସ ଏକାଡେମୀରେ ଯୋଗଦେଇଥିଲି। ଏହାପରେ ଧୀରେ ଧୀରେ ତାଙ୍କର ପ୍ରକୃତ ଚେହେରା ସାମ୍ନାକୁ ଆସିଲା। ତାଙ୍କ ସହ ମୁଁ ଅନେକ ଡ୍ୟାନ୍ସ ଶୋ’ କରିଛି। ବିଭିନ୍ନ ଦେଶ ଯାଇ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଛି। କିନ୍ତୁ ସେସବୁର କି ଲାଭ ଯଦି ଜଣେ ଗୁରୁ ତା’ର ଶିଷ୍ୟର ଉନ୍ନତି ଦେଖିପାରିବନି?” ଶାଶ୍ୱତ ଯୋଶୀ ନାଚ ଶିଖାଉଥିବା ତାଙ୍କର ଶିଷ୍ୟମାନଙ୍କୁ କିଣି ନେଲା ପରି ବ୍ୟବହାର କରନ୍ତି। ବୋଲି ଆକାଂକ୍ଷା ଅଭିଯୋଗ କରିଛନ୍ତି।