ଓଡିଆନ୍ ନ୍ୟୁଜ

87

ମାଲକାଗିରିର ଅନୁପ୍ରିୟା ଏବେ ପାଇଲଟ୍

Team Odian News |

ମାଲକାନଗିରି : ପ୍ରଥମ ଆଦିବାସୀ ମହିଳା ପାଇଲଟ୍ ବନିଲେ ମାଲକାଗିରିର ଅନୁପ୍ରିୟା। ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ଜନ୍ମିତ ଅନୁପ୍ରିୟା ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି।

ସୂଚନା ଯେ,ଓଡ଼ିଶା ପୁଲିସ୍‌ରେ ହାବିଲଦାର ଭାବେ କାର୍ଯ୍ୟରତ ମାରିନିୟସ ଲାକ୍ରା ଏବଂ ଜାମାନ୍ ୟାସମିନ୍ ଲାକ୍ରାଙ୍କ ଝିଅ ଅନୁପ୍ରିୟା। ସେ ମାଲକାନଗିରିରୁ ପାଠପଢିବା ପରେ ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ। ମାତ୍ର ପାଇଲଟ ହେବା ନିଶାରେ ଇଂଜିନିୟରିଂ ଛାଡି ପାଇଲଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ତାଲିମ ନେଇଥିଲେ। ପରେ ଦିଲ୍ଲୀ, ବାଙ୍ଗାଲୁର, ମୁମ୍ବାଇ ଭଳି ସ୍ଥାନରେ ପ୍ରବେଶିକା ପରୀକ୍ଷା ଦେବା ପରେ ୨୦୧୨ରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ। ମାଲକାନଗିରିରୁ ପ୍ରଥମ ପାଇଲଟ୍ ହୋଇ ଅନୁପ୍ରିୟା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।