ଓଡିଆନ୍ ନ୍ୟୁଜ

176

ଭୋକିଲାଙ୍କ ପାଇଁ ସବୁ ସମୟରେ ଖାଦ୍ୟ । ସାମୁହିକ ଫ୍ରିଜ ଭୋକିଲାଙ୍କ ଠିକଣା

Team Odian News |

ଭୋକିଲାଙ୍କ ପାଇଁ  ସବୁ ସମୟରେ ଖାଦ୍ୟ  ।
ସାମୁହିକ ଫ୍ରିଜ ଭୋକିଲାଙ୍କ ଠିକଣା
ଗୁରୁଗାଁଓ,୫/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍):ବିଶ୍ୱରେ କିଛି ଲୋକ ଅଛନ୍ତି ଯେଉଁମାନକୁ ଦିନରେ ମୁଠାଏ ଖାଦ୍ୟ ମିଳିବା କଷ୍ଟକର ହେଉଥିବା ବେଳେ ଆଉ କେତେକ ଲୋକ ଅନେକ ଖାଦ୍ୟବଳକାଇ ଫୋପାଡ଼ିଥାନ୍ତି  । ସେହି ବଳକା ଖାଦ୍ୟକୁ ଉପଯୋଗ କରିବା ଓ  ଗରିବ, ଭୋକିଲା ଲୋକଙ୍କ ମୁହଁରେ ଆହର ଦେବା ପାଇଁ  ଗୁରଗାଁଓର ସେକ୍ଟର ୫୦ରେ ରହିଥିବା ଫ୍ରେସକୋ ଆର୍ପାଟମେଣ୍ଟର ଲୋକମାନେ ଏକ ଉତ୍ତମ ପଦେକ୍ଷପ ନେଇଛନ୍ତି । ଏହି ଆପାର୍ଟମେଣ୍ଟର ଲୋକମାନେ “ବାସସ୍ଥାନ କଲ୍ୟାଣ ସଂଘ” ନାମରେ ଏକ ସଂଗଠନ କରି ଗରିବ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ସଂଘ ପକ୍ଷରୁ ଏକ ସାମୁହିକଫ୍ରିଜ ରଖାଯାଇଛି । ଏହି ଫ୍ରିଜଟିକୁ ଆପାର୍ଟମେଣ୍ଟର ମୁଖ୍ୟ ‘ଫାଟକ  ପାଖରେ ରଖାଯାଇଛି । କାରଣ ଭୋକିଲା ବା ଅବଶ୍ୟକ ଲୋକଟି ସେଥିରୁ ସହଜରେ ଖାଦ୍ୟ ନେଇ ଖାଇ ପାରିବ । ଏହି ସଂଘ ଆରମ୍ଭ କରିଥିବା ଏହି ଖାଦ୍ୟ ଯୋଜନାର ନାମ “ଏନି ଟାଇମି ଫୁଡ଼” (ଏଟିଏଫ)ରହିଛି । ଏହି ପ୍ରୋଜେକ୍ଟଟି ସାମାଜିକ ଦାୟିତ୍ୱବୋଧ  ସଂସ୍ଥା କଦମ, ଫ୍ରେସକୋ ଆର୍ପାଟମେଣ୍ଟ, ଲାୟନ୍ସ କ୍ଲବ ଓ ସନ୍ସିଟର ମିଳିତ ସହଯୋଗରେ ଆରମ୍ଭ ହୋଇଛି । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗରିବ ଓ ସମାଜରେ ଆର୍ôଥକ ସ୍ତରରେ ଦୃବଳ ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ କରିବା । ଗତ ଜୁଲାଇମାସରୁ ଆରମ୍ଭ ସନସାଇଟି ଟାଉନସିପ୍ ଦ୍ୱାରା ଏହି ସାମୁହିକ ଫ୍ରିଜର ସ୍ଥାପନ କରାଯାଇଥିଲା । ଏହି ଫ୍ରିଜଟିକୁ ସୋସାଇଟିର ମୁଖ୍ୟ ଫାଟକ ପାଖରେ ରଖାଯିବା ସହ ସେଠାରେ ରହୁଥିବା ଲୋକମାନଙ୍କୁ ଆବଶ୍ୟକ ମୁତାବକ ଖାଦ୍ୟ ରଖିବା ପାଇଁ ଉତ୍ସାହିତ କରାଯାଉଛି । ଏହି ସେବା ୨୪ଘଣ୍ଟା ଉପଲବ୍ଧ ରହିଛି । 
ଭୋକିଲାଙ୍କୁ ଖାଦ୍ୟ ଦେଇ ଖୁସି ହୁଅନ୍ତୁ  । 
ବଳି ପଡ଼ିଥିବା ବା ଅଧିକା ଖାଦ୍ୟକୁ ପ୍ୟାକ୍ କରି ଫ୍ରିଜରେ ରଖିବା ପାଇଁ ସୋସାଇଟିର ଲୋକମାନଙ୍କୁ ଉତ୍ସାହିତ କରାଯାଉଛି । କାରଣ ସେହି ବଳକା ଖାଦ୍ୟରୁ ଜଣେ ଭୋକିଲା ବା ଆବଶ୍ୟକ କରୁଥିବା ଲୋକଙ୍କୁ ଖାଦ୍ୟ ମିଳି ପାରିବ । ବାସସ୍ଥାନ କଲ୍ୟାଣ ସଂଘର ସଦସ୍ୟ ଓ ଲାୟନ୍ସ କ୍ଲବର ସଦସ୍ୟ ସମତା ଅଗ୍ରୱାଲ କହନ୍ତି, “ଯେ ଲୋକମାନଙ୍କୁ ବଳକା ଡ଼ଷ୍ଟବିନରେ ଫୋପାଡ଼ୁଥିବା ଖାଦ୍ୟ ସଂରକ୍ଷଣ ବିଷୟରେ ସଚେତନତା କରଯିବା ସହ ସେମାନଙ୍କଠାରୁ କମ ଦାମରେ ସେଗୁଡ଼ିକ କିଣିବା ପାଇଁ କେତେକ ଶିବିର ସ୍ଥାପନ କରାଯିବ । ଏହାସହ କୌଣସି ବି ବଳିଯାଇଥିବା ଖାଦ୍ୟକୁ ଏକ ଷ୍ଟିକର ସହ ଯେଉଁଥିରେ (ଖାଦ୍ୟ ତିଆରି ଓ ବ୍ୟବହାରର ସମୟ ସୀମା) ଲେଖାଯାଇଥିବ ତାକୁ ଲଗାଇ ରଖାଯାଇ ପାରିବ । ଏହି ଖାଦ୍ୟ ଯୋଗାଣ ଯୋଜନାରେ ଯେ କେହିବି ସାମିଲ ହୋଇ ଫ୍ରିଜରେ ଖାଦ୍ୟ ରଖି ଖୁସି ଅନୁଭବ କରିବା ସହ ଭୋକିଲା ଲୋକଙ୍କୁ ଖାଦ୍ୟ ଦେଇ ପାରିବ । ଏହା ସହ ଯାହାକୁ ଖାଦ୍ୟର ଆବଶ୍ୟକତା ରହିଥିବ ସେ ମଧ୍ୟ ଏହି ଫ୍ରିଜରୁ ଯେକୌଣସି ସମୟରେ ଖାଦ୍ୟ ନେଇ ଖାଇ ପାରିବ । ‘ଏଟିଏଫ’ଏକ ଉନ୍ନତ ଧରଣର ପଦେକ୍ଷପ ହୋଇଥିବା ବେଳେ ଏହାର ଲକ୍ଷ୍ୟ ଭୋକିଲାଙ୍କ ମୁହଁରେ ଆହର  ଯୋଗାଇ ଦେବ  । 
ସାମୁହିକ ଫ୍ରିଜ ଭୋକିଲାଙ୍କ ଠିକଣା
ଏହାସହ ଆରଡ଼ବ୍ଲ୍ୟୁଏର ସଭାପତି ନିଲେସ ଟଣ୍ଡନ କହନ୍ତି, “ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଅନେକ ସମୟରେ ବଳିପଡ଼େ । ବିଶେଷ କରି କିଛି ପର୍ବପର୍ବାଣି ବା କାର୍ଯ୍ୟକ୍ରମରେ ଅବା ବନ୍ଧୁବାନ୍ଧବ ଘରକୁ ଆସିଥିବା ସମୟରେ  । ଯାହାକି ଆମ ସୋସାଇଟିରେ ବାରମ୍ବାର ଦେଖିବାକୁ ମିଳିଥିଲା । ଏହି ସୋସାଇଟିର ବିଭିନ୍ନ ଫ୍ଲାଟରେ ପାଖାପାଖି ୬୫୦ପ୍ରକାର ବୃତ୍ତି ର ଲୋକମାନେ ରହୁଥିବାବେଳେ ସେମାନଙ୍କ ବଳକା ଖାଦ୍ୟ ଭୋକିଲା ପେଟକୁ ପୁରେଇବା ପାଇଁ ଯଥେଷ୍ଟ ଅଟେ । ଏହି ସାମୁହିକ ରେଫିଜେଟରଟି ଲୋକମାନଙ୍କୁ ସୁଯୋଗ ଦେଇଛି ଯେ ଗରିବ ଓ ଭୋକିଲା ଲୋକଙ୍କୁ ଖାଦ୍ୟ ଖୁଆଇବାକୁ । ଏହା ସହ ସେ କହନ୍ତି ସୋସାଇଟିରେ ରହୁଥିବା ଲୋକମାନଙ୍କୁ ବଳକା ଖାଦ୍ୟକୁ ଏକ ଷ୍ଟିକର ମାରି ଫ୍ରିଜରେ ରଖିବାକୁ କୁହାଯାଉଛି । ଅନେକ ସମୟରେ ନିଜର ପ୍ରିୟଜନଙ୍କ ମଙ୍ଗଳ ପାଇଁ ବା ସେମାନଙ୍କୁ ମନପକାଇ ସ୍ୱତନ୍ତ୍ର ଦିନମାନଙ୍କରେ କେତେକ ଲୋକ ଖାଦ୍ୟ ଦାନକରିଥାନ୍ତି  । ଏହା କେବଳ ଆମକୁ ଏଭଳି କରିବା ପାଇଁ ସକ୍ଷମ କରିଥାଏ ତାହା ନୁହେଁ ଖାଦ୍ୟର ଆବଶ୍ୟକ କରୁଥିବା ଲୋକ ସହ ଯୋଡ଼ି ଦେଇଥାଏ ବୋଲି ସେ କହିଛନ୍ତି । ଏହି ଯୋଜନା ଭୋକିଲା ଓ ଖାଦ୍ୟ ଅପଚୟ ଭଳି ବିଶ୍ୱବ୍ୟାପି ସମସ୍ୟାର ସମାଧାନ ପାଇଁ ଛୋଟିଆ ପ୍ରୟାସ । ଆମର ସାମୁହିକ ଫ୍ରିଜ ଏହା ନିଶ୍ଚିତ କରୁଛି ଯେ ଫ୍ରେସକୋର ୫୦୦ ଘରର ବଳକା ଖାଦ୍ୟ ଗରିବଙ୍କ ପାଖରେ ପହଁଞ୍ଚି ପାରୁଛି ନଷ୍ଟ ହେବା ବଦଳରେ ବୋଲି କଦମର ସଦସ୍ୟ ଅମିତ ଗୁପ୍ତା କହିଛନ୍ତି ।