ଓଡିଆନ୍ ନ୍ୟୁଜ

76

କଂଗ୍ରେସର ନୀତି, ଆଦର୍ଶ ଓ ଅଭିମୁଖ୍ୟ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ;ରାମଚନ୍ଦ୍ର ଖୁଣ୍ଟିଆ

Team Odian News |

ଭୁବନେଶ୍ୱର: କଂଗ୍ରେସର ନୀତି, ଆଦର୍ଶ ଓ ଅଭିମୁଖ୍ୟ ସଂପର୍କରେ  ପ୍ରଶିକ୍ଷଣ ଦିଆଯିବ। ଏଥିଲାଗି ଜିଲା, ରାଜ୍ୟ ଓ ଜାତୀୟସ୍ତରରେ ସିଲାବସ୍  ବି ପ୍ରସ୍ତୁତ ହୋଇଛିା  କ୍ୟାଡର ଚୟନରୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ବିଭାଗ ଏହି ଦାୟିତ୍ୱରେ ରହିବ। ପ୍ରେରକମାନଙ୍କୁ ଦଳର ଦିଗ୍‌ର୍ଶକ ମଣ୍ଡଳୀ ହିସାବରେ ବିବେଚନା କରାଯିବ। ସେହିପରି ଏମାନେ ସିଧାସଳଖ ଆରଏସ୍‌ଏସ୍‌ ଓ ବିଜୁ ଯୁବବାହିନୀକୁ କାଉଣ୍ଟର କରିବେ। ସିଡବ୍ଲୁସି ନିମନ୍ତ୍ରିତ ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। ଏପଟେ ସଭ୍ୟ ସଂଗ୍ରହ ଲାଗି ବି କଂଗ୍ରେସ ନୂଆ ଷ୍ଟ୍ରେଟେଜି ଆପଣେଇଛି। ଏଥର ସଭ୍ୟଙ୍କ ସହ ସେମାନଙ୍କ ଭୋଟ ପରିଚୟ ପତ୍ରକୁ ଲିଙ୍କ୍ କରାଯିବ। ଜଣେ ବ୍ୟକ୍ତି ମାତ୍ର ପାଞ୍ଚ ଟଙ୍କା ଦେଇ ପାଞ୍ଚ ବର୍ଷ ପାଇଁ କଂଗ୍ରେସର ସଭ୍ୟ ହୋଇପାରିବେ।