ଓଡିଆନ୍ ନ୍ୟୁଜ

15

ଟ୍ରାଫିକ ନିୟମ:୩ ମାସ ପର୍ଯ୍ୟନ୍ତ ନିୟମକୁ କୋହଳ

Team Odian News |

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡ଼େ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜରିମାନା। ସଂଶୋଧିତ ମୋଟର ଯାନ ଆଇନ ଓ ଜରିମାନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୩ ମାସ ପର୍ଯ୍ୟନ୍ତ ନିୟମକୁ କୋହଳ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନ କରି ବୁଝାଇବାକୁ ମଧ୍ୟ କହିଛନ୍ତି। ଲୋକଙ୍କ ସୁବିଧା ପାଇଁ ଅଧିକରୁ ଅଧିକ କାଉଣ୍ଟର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରାଫିକ ନିୟମକୁ ମାନିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।