ଓଡିଆନ୍ ନ୍ୟୁଜ

78

ନୂଆ ମୋଟର ଯାନ ନିୟମକୁ ବିରୋଧ : ପରିବହନ ଏବଂ ଶ୍ରମିକ ମିଳିତ ମଞ୍ଚ।

Team Odian News |

ଭୁବନେଶ୍ୱର: ସଂଶୋଧିତ ନୂଆ ମୋଟର ଯାନ ନିୟମ ୨୦୧୯କୁ ଜୋର୍‌ଦାର୍‌ ବିରୋଧ କରିବାକୁ ଏକାଠି ହେଉଛି ପରିବହନ ଏବଂ ଶ୍ରମିକ ମିଳିତ ମଞ୍ଚ। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ନହେଲେ ଏହାକୁ ତୀବ୍ର ବିରୋଧ କରାଯିବା ସହିତ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପରିବହନ ମାଲିକ ଏବଂ ଶ୍ରମିକ ମିଳିତ ମଞ୍ଚ ଚେତାବନୀ ଦେଇଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ମଞ୍ଚ ଏଭଳି ଚେତାବନୀ ଦେଇଛି।

ଆନ୍ଦୋଳନ ପୂର୍ବରୁ ଏହି ମାସ ଶେଷ ସୁଦ୍ଧା ରାଜ୍ୟସ୍ତରୀୟ ଏକ ସମ୍ମିଳନୀ ହେବ। ଏଠାରେ ନିଷ୍ପତ୍ତି ନିଆଯାଇ ଆନ୍ଦୋଳନ କରାଯିବ। ଏହି ମିଳିତ ମଂଚରେ ରାଜ୍ୟ ଘରୋଇ ବସ, ଟ୍ରକ, ଟ୍ୟାକ୍ସି, ଅଟୋ ମହାସଂଘର ମାଲିକଙ୍କ ସହ ଶ୍ରମିକ ଏବଂ ବାମପନ୍ଥୀ ଦଳମାନେ ମଧ୍ୟ ସାମିଲ ହୋଇଛନ୍ତି।