ଓଡିଆନ୍ ନ୍ୟୁଜ

252

ରବୀଶ କୁମାରଙ୍କୁ ମାଗ୍‌ସେସେ ପୁରସ୍କାର

Team Odian News |

ମାନିଲା: ଏନ୍‌ଡିଟିଭି ଇଣ୍ଡିଆର ବରିଷ୍ଠ କାର୍ଯ୍ୟ ନିର୍ବାହୀ ସମ୍ପାଦକ ରବୀଶ କୁମାରଙ୍କୁ ସୋମବାର ଫିଲିପାଇନ୍ସର ରାଜଧାନୀ ମାନିଲାରେ ୨୦୧୯ର ସମ୍ମାନଜନକ ରାମୋନ୍‌ ମାଗ୍‌ସେସେ ପୁରସ୍କାର ପ୍ରଦାନ କରାଯାଇଛି। ଭାରତର ଜଣେ ସୁଦକ୍ଷ ଟିଭି ସାମ୍ବାଦିକ ଭାବେ ସେ ବେଶ୍‌ ଜଣାଶୁଣା। ବିହାରର ଜିତ୍‌ଓ୍ବାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ରବୀଶ କୁମାର ୧୯୯୬ରେ ଏନ୍‌ଡିଟିଭିରେ ରିପୋର୍ଟର ଭାବେ ଯୋଗ ଦେଇଥିଲେ।