ଓଡିଆନ୍ ନ୍ୟୁଜ

65

ସ୍କୁଲ୍‌ ପିଲାଙ୍କ ବ୍ୟାଗ୍‌ ଓଜନ ପରଖିବ ସ୍ପେଶାଲ ସ୍କ୍ୱାଡ୍‌

Team Odian News |

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ୍‌ ପିଲାଙ୍କ ବ୍ୟାଗ୍ ଓଜନ ପରଖିବାକୁ ସ୍ପେଶାଲ ସ୍କ୍ୱାଡ୍‌ ଟିମ୍‌ ଗଠନ ହୋଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ୩ଟି ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍‌ ଗଠନ କରିଛନ୍ତି।

ଏହି ସ୍କ୍ୱାଡ୍‌ର ସଦସ୍ୟମାନେ ଅଚାନକ ବିଭିନ୍ନ ସ୍କୁଲକୁ ପରିଦର୍ଶନରେ ଯାଇ ପିଲାମାନଙ୍କ ବ୍ୟାଗ୍ ଓଜନ ପରଖିବେ। ଯାଞ୍ଚ ସମୟରେ ଯଦି ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନ ଥାଏ କିମ୍ବା ଆଇନ ଉଲ୍ଲଂଘନ ହୋଇଥାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜିଠୁ ସ୍କ୍ୱାଡ୍‌ର ସଦସ୍ୟମାନେ ଅଚାନକ ସ୍କୁଲ୍‌ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି।ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲାପାଳ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏସମ୍ପର୍କିତ ଏକ ଚିଠି ଲେଖିଥିଲା। ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ହ୍ରାସକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ସ୍କୁଲ ବ୍ୟାଗ୍‌ର ଧାର୍ଯ୍ୟ ଓଜନ ଏବଂ ନିର୍ଦ୍ଧାରିତ ବହି ଯାଞ୍ଚ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।