ଓଡିଆନ୍ ନ୍ୟୁଜ

14

ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଆହତ

Team Odian News |

କଟକ: କଟକ ସିଡିଏ ସେକ୍ଟର-୧୩ରେ ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବୁଧିଆ ଦାସ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

ବୁଧିଆକୁ ଧରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ଚାଉଳିଆଗଞ୍ଜ ପୁଲିସ୍‌ ସିଡିଏ ସେକ୍ଟର-୧୩ ଅଞ୍ଚଳରେ  ଚଢାଉ କରିଥିଲା। ଏହି ସମୟରେ ବୁଧିଆ ପୁଲିସ୍‌ ଦେଖି ଗୁଳି ଚଳାଇଥିଲା। ଯାହାର ପାଲଟା ଜବାବରେ ପୁଲିସ୍ ତାକୁ ଏନ୍‌କାଉଣ୍ଟର କରିଥିଲା। ପୁଲିସ୍‌ ବୁଧିଆ ନିକଟରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛି।ବୁଧିଆ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବୋଲି ଜଣାପଡ଼ିଛି। ତା’ ନାଁରେ ହତ୍ୟା ଉଦ୍ୟମ, ଡକାୟତି ଭଳି ୩୦ରୁ ଅଧିକ ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି।