ଓଡିଆନ୍ ନ୍ୟୁଜ

113

ରାଜନେତାଙ୍କ ବିଚିତ୍ର ଚିନ୍ତାଧାରା; ୧୨ ବର୍ଷ ପୁଅକୁ କଲେ ପାର୍ଟିର ମୁଖ୍ୟ ।

Team Odian News |

ରାଜନେତାଙ୍କ  ବିଚିତ୍ର ଚିନ୍ତାଧାରା; ୧୨ ବର୍ଷ ପୁଅକୁ କଲେ ପାର୍ଟିର ମୁଖ୍ୟ  । 
ମୁମ୍ବାଇ,୫/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍):ବର୍ତ୍ତମାନ  ରାଜନିତୀରେ ନିଜ ପିଲାଙ୍କୁ ସାମିଲ କରିବା ସହ ସେମାନଙ୍କୁ ରାଜନିତୀର ଶିର୍ଷରେ ପହଁଚାଇବା ପାଇଁ ପ୍ରାୟ ସବୁ ରାଜନେତାଙ୍କ ସ୍ୱପ୍ନଥାଏ  । ହେଲେ ଏବେ ମୁମ୍ବାଇ  ରାଜ୍ୟ ସାମଜିକ ନ୍ୟାୟିକ ମନ୍ତ୍ରୀ ରାମ ଦାସ ଆଥୱାଲି କିଛି ଏପରି କରିଛନ୍ତି ଯାହାକି ଅନେକଙ୍କୁ ଚମକାଇ ଦେଇଛି । ସେ ମୁମ୍ବାଇରେ “ଚିଲଡ୍ରେନସ୍ ୱିଙ୍ଗ୍ସ” ନାମରେ ରିପବ୍ଲିକାନ ପାର୍ଟି  ଅଫ ଇଣ୍ଡିଆ ଶୁଭାରମ୍ଭ କରିଛନ୍ତି । ଏହାଠାରୁ ଅଧିକ ଆଶ୍ଚର୍ଯ୍ୟ କଥା ହେଉଛି ସେ ତାଙ୍କର ୧୨ବର୍ଷର ପୁଅ  ଜିତ ଆଥୱାଲିଙ୍କୁ ନୂଆଗଠିତ ପାର୍ଟିର ପ୍ରମୁଖ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆରପିଆଇ(ଏ)ତରଫରୁ ପାର୍ଟିର ଡ଼ୋମେନ ଦିଆଯାଇ ନାହିଁ । ଜିତ ଆଥୱାଲି ସ୍କୁଲ ଯାଉଥିବା ବେଳେ  ଆରପିଆଇ(ଏ) ମୁମ୍ବାଇ ଚ୍ୟାମ୍ବର ସମ୍ଭାଳୁଛନ୍ତି ।  ଏହା ଜଣେ ଦଳତି ବ୍ୟକ୍ତିଙ୍କୁ ଲୋକଲୋଚନକୁ ଆଣିଥିବାର ପାର୍ଟି ତରଫରୁ କୁହାଯାଇଛି ।  ଆରପିଆଇ(ଏ) ଏନ୍ଡ଼ିଏର ସହଯୋଗୀ ପାର୍ଟି ବୋଲି କୁହାଯାଉଥିବା ବେଳେ  ମହାରଷ୍ଟ୍ରରେ ଦଳିତଙ୍କ ପ୍ରଭାବ ବିସ୍ତାର ଉପରେ ଗୁରୁତ୍ୱ ଦେବ ବୋଲି କୁହାଯାଉଛି ।