ଓଡିଆନ୍ ନ୍ୟୁଜ

10

ସାହସୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Team Odian News |

ଭୁବନେଶ୍ୱର: ସାହସିକତା ପାଇଁ ଯାଜପୁର ଜିଲ୍ଲା କୋରେଇ ହାଇସ୍କୁଲର ୨ଜଣ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଦୁଇ ଛାତ୍ର ହେଲେ- ସେକ୍‌ ତସିଫ୍‌ ରାଜା ଓ ମହମ୍ମଦ ସୋଆଇବ।

ଜୀବନକୁ ବାଜି ଲଗାଇ ସେକ୍‌ ତସିଫ୍‌ ଓ ମହମ୍ମଦ ଜଣେ ୬ ବର୍ଷର ଛାତ୍ରଙ୍କ ଜୀବନକୁ ରକ୍ଷା କରିଥିଲେ। ଗଣେଶ ପୂଜା ଦିନ ଯାଜପୁର ସଡ଼କପୁର ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ଅବୁଲ୍‌ ରୁମନ ଖାଁ ସ୍କୁଲରୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଖସି ପଡ଼ି ବୁଡ଼ି ଯାଇଥିଲେ। ଏହି ସମୟରେ ସେକ୍‌ ତସିଫ୍‌ ଓ ମହମ୍ମଦ ନିଜ ଜୀବନକୁ ବାଜି ଲଗାଇ ପାଣିକୁ ଡେଇଁ ଅବୁଲ୍‌ ରୁମନକୁ ରକ୍ଷା କରିଥିଲେ। ଏଭଳି ସାହସିକତା ପାଇଁ ଗତକାଲି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସେକ୍‌ ତସିଫ୍‌ ଓ ମହମ୍ମଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଅବୁଲ୍‌ ରୁମନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।