ଓଡିଆନ୍ ନ୍ୟୁଜ

36

ପୁଲିସ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

Team Odian News |

ସୋନପୁର: ସୋନପୁର-ବଲାଙ୍ଗିର ରାସ୍ତାରେ ଥିବା ଅର୍ଜୁନପୁର ଛକ ନିକଟରେ ଏକ ପୁଲିସ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିବାର ଖବର ମିଳିଛି। ତେବେ ଉଭୟଙ୍କର ପରିଚୟ ମିଳିନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏକ ପୁଲିସ ଭ୍ୟାନ୍ (ଓଡି-୦୫ ଜେଡ୍ -୩୩୦୧) ୧୬ ଜଣ ବିଚାରାଧୀନ କଏଦୀଙ୍କୁ ନେଇ ରାମପୁର କୋର୍ଟ ଅଭିମୁଖେ ଯାଉଥିଲା। ଏକ ମୋଟର ସାଇକେଲ ( ଓଡି୦୩-ସି-୭୯୨୮)ରେ ଦୁଇ ଜଣ ଲୋକ ବଲାଙ୍ଗୀର ପଟୁ ଆସୁଥିଲେ | ଜାତୀୟ ରାଜପଥ ନଂ-୫୭ରେ ସୋନପୁର-ବଲାଙ୍ଗିର ରାସ୍ତାରେ ଥିବା ଅର୍ଜୁନପୁର ଛକ ନିକଟରେ ଏହି ପୁଲିସ ଭ୍ୟାନ୍ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଉଭୟ ବାଇକ୍ ଆରୋହୀଙ୍କର ମୃତ୍ୟୁବରଣ କରିଥିଲା। ଦୁର୍ଘଟଣା ଘଟାଇବାପରେ ଉକ୍ତ ଭୟାନଟି ଏବେ ସୋନପୁର ଥାନା ପରିସରରେ ଥିବାର ସୂଚନା ମିଳିଛି। ଏଥିରେ ଯାଉଥିବା ୧୬ ଜଣ ବିଚାରାଧୀନ କଏଦୀଙ୍କ ଭିତରୁ କାହାରି କିଛି କ୍ଷତି ହୋଇ ନଥିବା ଜଣାଯାଇଛି। କିନ୍ତୁ ମୋଟର ସାଇକେଲଟି ଭାଙ୍ଗି ଯାଇଥିବା ଜଣାଯାଇଛି।