ଓଡିଆନ୍ ନ୍ୟୁଜ

86

ରୋହିତ୍‍ଙ୍କ ‘ନୟନ’ ଡ୍ରୋନ, ଘରକୁ ଘର ବାଣ୍ଟିବ ଖବର କାଗଜ ।

Team Odian News |

ରୋହିତ୍‍ଙ୍କ ‘ନୟନ’ ଡ୍ରୋନ, ଘରକୁ ଘର ବାଣ୍ଟିବ ଖବର କାଗଜ  । 
ବେଙ୍ଗାଲୁର,୫/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍):ବିଶେଷ କରି ବିଭିନ୍ନ କାର୍ଯ୍ୟକ୍ରମରେ ଫଟୋ ଉଠାଇବା  ଓ ନଜର ରଖିବା ପାଇଁ ଡ୍ରୋନ  ବ୍ୟବହାର କରାଯାଇଥାଏ  । ହେଲେ  ବେଙ୍ଗାଲୁର  ଜଣେ ବିଏସି ପ୍ରଥମ ବର୍ଷ ଛାତ ରୋହିତ ଦେ  ଏକ ଡ୍ରୋନ ତିଆରି କରିଛନ୍ତି , ଯାହାର ନାମ ରଖିଛନ୍ତି ‘ନୟନ’  । ଜାହାକି ଅନ୍ୟ ଡ୍ରୋନ ପରି ସତର୍କ ନଜର , ଫଟୋଗ୍ରାଫି ଓ ସମସ୍ତ ଉପରେ ଉପରେ ନଜର ରଖିବା ବ୍ୟତିତ ଘରକୁ ଘର ଯାଇ ସାମଗ୍ରୀ ପହଁଞ୍ଚାଇ ପାରିବା ସହିତ ଖବର କାଗଜ ବାଣ୍ଟି ପାରିବ । ଏହାର ମୂଳବସ୍ତୁର ଓଜନ୨.୬ କେଜି ରହୁଥିବାବେଳେ ଏହା ୩୦ ମିନିଟି ପର୍ଯ୍ୟନ୍ତ ଉଡ଼ି ପାରିବ । ଏହାକୁ ସ୍ମାର୍ଟ ଫୋନ ବ୍ୟବହାର କରି ସଂଚାଳନ କରାଯାଇ ପାରିବ । ଏହି ଡ୍ରୋନ ନୟନ ଦ୍ୱାରା ଖବର କାଗଜ ବଣ୍ଟାଯାଇ ପାରିବାର ବ୍ୟବସ୍ଥା ହୋଇଛି  । ଯାହାର ପରୀକ୍ଷା ପାଇଁ  ମରାଠି ହଲରେ ରୋହିତ ଏକ ଖବର କାଗଜ ବିତରଣ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରି ସେଥିରେ ସଫଳତା ହାସଲ କରିଛନ୍ତି ।