ଓଡିଆନ୍ ନ୍ୟୁଜ

64

ସହଜରେ ମିଳିପାରିବ ଚୋରି ହୋଇଯାଇଥିବା ମୋବାଇଲ୍‌

Team Odian News |

ନୂଆଦିଲ୍ଲୀ:  ଏବେ ଚୋରି ହୋଇଯାଇଥିବା ମୋବାଇଲ୍‌କୁ ଆପଣଙ୍କୁ ସଜଜରେ ମିଳିପାରିବ। ଏନେଇ ଖୁବ୍‌ଶୀଘ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଯଦି ଆପଣଙ୍କର ମୋବାଇଲ୍‌ ହଜି ଯାଇଛି ତେବେ ଆପଣ ଏହାର ଅଭିଯୋଗ ଏକ ଟୋଲ୍‌ ଫ୍ରି ନମ୍ବରରେ କରିପାରିବେ।

ମିଳିଥିବା ସୂଚନା ଅନୁସାରେ, ସମସ୍ତ ମୋବାଇଲ୍‌ର ଡାଟାବେସ୍‌ ରଖୁଥିବା Central Equipment Idenity Register (CEIR) ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ଦୂର ସଞ୍ଚାର ବିଭାଗ CEIRର ଅଫିସିଆଲି(ଆନୁଷ୍ଠାନିକ) ଏହାର ଆରମ୍ଭ କରିବ। ଏହି ରେଜିଷ୍ଟର୍‌ରେ ସମସ୍ତ ମୋବାଇଲ୍‌ର ଡାଟାବେସ୍‌ ରହିବ। ସେଣ୍ଟ୍ରାଲ୍‌ ଇକ୍ୟୁପ୍‌ମେଣ୍ଟ୍‌ ଆଇଡେଣ୍ଟିଟି ରେଜିଷ୍ଟର୍‌କୁ C-DoT  ପ୍ରସ୍ତୁତ କରିଛି।

ଏହା ପ୍ରଥମେ ମହାରାଷ୍ଟ୍ର ସର୍କଲରେ ଆରମ୍ଭ ହୋଇଥିଲା ଏବଂ ଏହାର ଟ୍ରାୟଲ୍‌ ବି ସଫଳ ହୋଇଛି। ଚୋରି କିମ୍ବା ହଜି ଯାଇଥିବା ମୋବାଇଲ୍‌କୁ ଖୋଜିବା ପାଇଁ ଲୋକମାନେ ଏନେଇ ଅଭିଯୋଗ କରିପାରିବେ। ସରକାରଙ୍କ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର- ୧୪୪୨୨ ଜାରି କରାଯାଇଛି।

ପୁଲିସ୍‌କୁ ଅଭିଯୋଗ ମିଳିବା ପରେ ଫୋନ୍‌ ଆଉ ନେଟ୍‌ୱାର୍କରେ ଚାଲିବ ନାହିଁ। IMEI ନମ୍ବର ମାଧ୍ୟମରେ ଅପରେଟର୍ସ ମୋବାଇଲ୍‌ ନେଟ୍‌ୱାର୍କକୁ ବ୍ଲକ୍‌ କରିପାରିବେ। ଯଦି IMEI ନମ୍ବର ପରିବର୍ତ୍ତନ ହୋଇଥାଏ ମୋବାଇଲ୍‌ ବ୍ଲକ୍‌ ବି ହୋଇପାରିବ।