ଓଡିଆନ୍ ନ୍ୟୁଜ

38

ଅଙ୍ଗନୱାଡ଼ି କର୍ମୀ ଓ ଗାଁ ଲୋକେ ମୁହାଁମୁହିଁ

Team Odian News |

ଗଜପତି: ଗ୍ରାମବାସୀ ଓ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଯୋଗୁ ୭ ମାସ ହେଲାଣି ଅଙ୍ଗନଓ୍ୱାଡି କେନ୍ଦ୍ରରେ ତାଲା ଝୁଲୁଛି। କୁନି କୁନି ପିଲା ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ବେଳେ ପିଲାଙ୍କ ପାଇଁ ଆସୁଥିବା ଛତୁଆ ବି  ଫେରିଯାଉଛି। ଏମିତି କି ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ମମତା ଯୋଜନା ବି କାର୍ଯ୍ୟକାରୀ ହୋଇପାରୁ ନାହିଁ।

ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଲବାରସିଂ ପଂଚାୟତ ଅନଙ୍ଗପୁର ଅଙ୍ଗନଓ୍ୱାଡି କେନ୍ଦ୍ରରେ।ଗତ ଫେବୃଆରୀରେ, ଗାଁର ତୁଳସୀ ନାୟକ ନାମକ ଜଣେ ମହିଳା ଅଙ୍ଗନଓ୍ୱାଡି କର୍ମୀ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ଜାତିଆଣ ଭେଦଭାବ ରଖି ତାଙ୍କୁ ଗ୍ରାମବାସୀ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ନ ଦେଇ ତାଲା ପକାଇ ରଖିଛନ୍ତି ବୋଲି ତୁଳସୀ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ। ଗାଁରେ କାହାକୁ ନ ପଚାରି ସେ ଆବେଦନ କରିଥିବାରୁ ତାଙ୍କୁ ଗ୍ରାମବାସୀ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି।

ଅପରପଟେ ଏନେଇ କୌଣସି ସୂଚନା ନଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି । ଗ୍ରାମବାସୀଙ୍କୁ ବୁଝାସୁଝା କରି ତୁରନ୍ତ ଏହାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।