ଓଡିଆନ୍ ନ୍ୟୁଜ

67

ପରଲୋକରେ ପୂର୍ବତନ ଆଇଏଏସ ଅଫିସର ବିଏନ ଯୁଗାନ୍ଧର

Team Odian News |

ମରାବତୀ:  ପୂର୍ବତନ ଆଇଏଏସ ଅଫିସର ବିଏନ ଯୁଗାନ୍ଧରଙ୍କ ଦେହାନ୍ତ ହୋଇଯାଇଛି। ୧୯୬୨ ମସିହାର ଏହି ଆଇଏଏସ ଅଫିସର ଗତକାଲି ୮୨ ବର୍ଷ ବୟସରେ ହାଇଦ୍ରାବାଦରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିଜର ସରଳ ଜୀପନ ଯାପନ ଏବଂ ବ୍ୟକ୍ତିତ୍ୱ ପାଇଁ ଯୁଗାନ୍ଧର ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ଅନେକ ରାଜନୀତିଜ୍ଞ ଶୋକ ପ୍ରକାଶ କରିଛନ୍ତି।

ବିଏନ ଯୁଗାନ୍ଧର ୨୦୦୪ରୁ ୨୦୦୯ ମଧ୍ୟରେ ଯୋଜନା ଆୟୋଗର ସଦସ୍ୟ ଥିଲେ। ଏହା ବ୍ୟତୀତ ସେ ମସୁରୀ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀରେ ନିର୍ଦ୍ଦେଶକ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ସରକାରରେ ଯୁଗାନ୍ଧର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଥିଲେ। ଏହା ବ୍ୟତୀତ ସେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସଚିବ ମଧ୍ୟ ଥିଲେ।ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୁଗାନ୍ଧରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ସଚ୍ଚୋଟ ଅଧିକାରୀ ଥିଲେ। ଗ୍ରାମୀଣ ବିକାଶରେ ତାଙ୍କର ଅନେକ ଯୋଗଦାନ ରହିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇଏଏସ ଆସୋସିଏସନ ଏବଂ ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ମଧ୍ୟ ବିଏନ ଯୁଗାନ୍ଧରଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।