ଓଡିଆନ୍ ନ୍ୟୁଜ

32

ପ୍ରାୟ ୪୦ ଦିନ ଧରି ଅଚଳାବସ୍ଥାରେ ପଡ଼ିରହିଥିବା ମ୍ୟାଲେସିଆ ଜାହାଜ ଉଦ୍ଧାର ହେବ

Team Odian News |

ବାଲୁଗାଁ: ପ୍ରାୟ ୪୦ ଦିନ ଧରି ଅଚଳାବସ୍ଥାରେ ପଡ଼ିରହିଥିବା   ମ୍ୟାଲେସିଆ ଜାହାଜ ଜିନ୍ ହ୍ୱା-୩୨ ଉଦ୍ଧାର ହେବ । ଚିଲିକା ନିକଟ ରାଜହଂସରେ ଅଟକିଥିବା ଏହି ଜାହାଜକୁ ଉଦ୍ଧାର କରିବା ପାଇଁ ସିଙ୍ଗାପୁର ଜାହାଜ ଏମ୍‌ଭି-ଚିତା ପହଞ୍ଚିଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ଏଥିରେ ଥିବା ୧୩ ହଜାର ଲିଟର ତେଲ ଚିଲିକା ଜଳରେ ମିଶି ଜୈବ ବିବିଧତା ପ୍ରତି ସଂକଟ ସୃଷ୍ଟି କରିବା ଆଶଙ୍କାରେ ରାଜ୍ୟ ସରକାର ଏଥିରୁ ତେଲ କାଢ଼ି ଦେଇଥିଲେ।

ଏହି ମ୍ୟାଲେସୀୟ ଜାହାଜ ବଙ୍ଗୋପସାଗର ଜଳପଥ ଦେଇ ବାଲାଂଦେଶରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା।  କିନ୍ତୁ ବିଶାଖାପାଟଣାଠାରୁ ୧୫୫ ନଟିକାଲ ମାଇଲ୍ ଦୂରରେ ଜୁଆର ଓ ଲହଡ଼ି ମାଡ଼ରେ ଇଂଜିନ ସହ କଣ୍ଟେନର୍ ବିଛିନ୍ନ ହୋଇଯାଇଥିଲା। ଏହାପରେ ଭାରସାମ୍ୟ ହରାଇ ଚିଲିକା ରାଜହଂସ କୂଳରେ ଲାଗିଥିଲା ଜାହାଜ ଜିନ୍ ହ୍ୱା।