ଓଡିଆନ୍ ନ୍ୟୁଜ

40

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍‌ ଜବତ

Team Odian News |

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍‌ ଜବତ କରାଯାଇଛି। ଗତକାଲି ରାତିରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଟ୍‌ କମ୍ପାନୀର ଏକ ସ୍ୱତନ୍ତ୍ର ଟିମ୍‌ ସହ କଣ୍ଟାବାଞ୍ଜି ପୁଲିସ୍ ସହରରେ ଥିବା ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରିଥିଲେ।

ଚଢଉ ସମୟରେ ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା।  କଣ୍ଟାବାଞ୍ଜି ସହରରେ ଅନେକ ଦିନରୁ ନକଲି ସାମଗ୍ରୀ ମିଳୁଥିବା ନେଇ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଟ୍‌ କମ୍ପାନୀ ପାଖରେ ଅଭିଯୋଗ ହୋଇଥିଲା। ଏହାପରେ କମ୍ପାନୀର କର୍ମଚାରୀ ନିଜେ ଗ୍ରାହକ ସାଜି ଦୋକାନରୁ ସାମଗ୍ରୀ  କିଣି ଥିଲେ। ଏହି ସାମଗ୍ରୀ ନକଲି ବାହାରିଥିବା ଜାଣିବା ପରେ ସେହି ଦୋକାନ ଗୁଡ଼ିକରେ ପୁଲିସ୍‌ ସହାୟତାରେ ଚଢ଼ାଉ କରାଯାଇଥିଲା ।