ଓଡିଆନ୍ ନ୍ୟୁଜ

32

ମାଲକାନଗିରିରେ ଡଙ୍ଗା ବୁଡ଼ି ୩ ନିଖୋଜ

Team Odian News |

ଚିତ୍ରକୋଣ୍ଡା: ମାଲକାନଗିରି ଚିତ୍ରକୋଣ୍ଡାରେ ଡଙ୍ଗା ବୁଡ଼ି ୩ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଗତକାଲି ଅପରାହ୍ଣ ୪ଟା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏମାନେ ସମସ୍ତେ ଡଙ୍ଗାରେ ବାଲିମେଳା ଜଳଭଣ୍ଡାର ଦେଇ ତୋଟାଗୁଡ଼ାକୁ ଫେରୁଥିବା ବେଳେ ଆମ୍ବିଳିବେଢା ନିକଟରେ ଝଡ଼ ତୋଫାନ ହୋଇଥିଲା। ଫଳରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ମୋଟ୍‌ ୪ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳକୁ ପଳାଇ ଆସିଥିବା ବେଳେ ଏବେ ବି ତିନି ଜଣ ନିଖୋଜ ଅଛନ୍ତି।