ଓଡିଆନ୍ ନ୍ୟୁଜ

65

ଆନ୍ଧ୍ରପ୍ରଦେଶର ‘ଟୁରିଷ୍ଟ୍‍ ବୋଟ୍‌’ ବୁଡ଼ି ୧୨ ଜଣଙ୍କର ମୃତ୍ୟୁ.

Team Odian News |

ଅମରାବତୀ: ଆନ୍ଧ୍ରପ୍ରଦେଶର ଦେବୀପଟନମ୍‌ଠାରେ ବଡ଼ ଧରଣର ଡଙ୍ଗାବୁଡ଼ିରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୋଦାବରୀ ନଦୀରେ ଘଟିଥିବା ଏହି ଦୁର୍ଗଟଣାରେ ୬୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗା ବୁଡ଼ିଯାଇଛି। ଏଥିରେ ୫୦ ଜଣ ପର୍ଯ୍ୟଟକ ଥିଲେ ଏବଂ ୧୧ ଜଣ ଷ୍ଟାଫ୍‌ ଥିଲେ। ଶେଷ ଖବର ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ଏମାନଙ୍କ ଉଦ୍ଧାର ପାଇଁ ଜାତୀୟ ଉଦ୍ଧାରକାରୀ ଦଳ ଏନ୍‌ଡିଆରଏଫ୍‌ ପକ୍ଷରୁ ୩୦ ଜଣ ଲେଖାଏ ସଦସ୍ୟ ଥିବା ୨ଟି ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁଇ ଏନ୍‌ଡିଆରଏଫ୍‌ ଦଳ ଗୁଣ୍ଟୁର ଏବଂ ବିଶାଖାପାଟନମ୍‌ରୁ ଆସି ପହଞ୍ଚିଛନ୍ତି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡଙ୍ଗାଟି ରାଜମହେନ୍ଦ୍ରୀରୁ ପାପିକୁଣ୍ଡୁଲମ୍‌ ଯାଉଥିବା ସୂଚନା ମିଳିଛି। ଏହି ନଦୀରେ ଜଳସ୍ତରର ମାତ୍ରା ବୃଦ୍ଧି ପାଇଛି ଏବଂ ଆଜି ବୃହତ୍‌ ପରିମାଣର ବନ୍ୟାଜଳ ମାଡ଼ିଆସିଥିବାରୁ ଏହା ବିପଜ୍ଜନକ ସ୍ଥିତିରେ ଥିବା କୁହାଯାଉଛି। ଏହି ଯାତ୍ରୀମାନେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଯାଉଥିଲେ।