ଓଡିଆନ୍ ନ୍ୟୁଜ

115

୨୧ ବର୍ଷରେ ସି.ଏ, ସି.ଏସ ଓ ସିଏମ୍ଏ ପାସ କରି ରେକର୍ଡ଼କଲେ ଆଦିତ୍ୟ

Team Odian News |

୨୧ ବର୍ଷରେ ସି.ଏ, ସି.ଏସ ଓ ସିଏମ୍ଏ ପାସ କରି ରେକର୍ଡ଼କଲେ ଆଦିତ୍ୟ
ସୁରଟ,୬/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍):ସାଧାରଣତଃ ଜଣେ ବ୍ୟକ୍ତିକୁ ଚାର୍ଟାଡ଼ ଆକାଉଁଟାନସ(ସି.ଏ), କମ୍ପାନୀ ସେକ୍ରେଟାରୀ(ସି.ଏସ) ଓ  କଷ୍ଟମ୍‍ ଆଣ୍ଡ ମ୍ୟାନେଜମେଣ୍ଟଣ୍ଟ ଆକାଉଁଟାନସୀ(ସି.ଏମ.ଏ) ମଧ୍ୟରୁ ଗୋଟିଏ ପାସ କରିବା ପାଇଁ ବର୍ଷ ବର୍ଷ ଲାଗିଯାଇଥାଏ । ହେଲେ ସୁରଟର ୨୧ ବର୍ଷିୟ ଯୁବକ ଆଦିତ୍ୟ ଝାୱାର ଏହି ତିନୋଟି  ବିଷୟ ପାସ କରି ଅସାଧ୍ୟ ସାଧନ କରିଛନ୍ତି  । କେବଳ ସେତିକି ନୁହେଁ ସେ ବର୍ତ୍ତମାନ ଏହି ତିନଟି ବିଷୟରେ ଯୋଗ୍ୟତା ହାସଲ କରିଥିବା ଭାରତର ସବୁଠାରୁ କମ ବୟସ୍କ ବ୍ୟକ୍ତି ଭାବେ ଗଣା ହେଉଛନ୍ତି । ତାଙ୍କ ପୂର୍ବରୁ ଦିଲ୍ଲୀର ସତିଶ ଆହୁଜା ଓ ପଲ୍ଲବୀ ସଚିଦେବା ୨୩ ବର୍ଷ ବୟସରେ ଏହି ତିନୋଟି ବିଷୟରେ କୃତକାର୍ଯ୍ୟ ହେବାସହ ଭାରତର ସବୁଠାରୁ କମ ବୟସରେ ସି.ଏ, ସି.ଏସ ଓ ସିଏମ୍ଏ ପାସ କରିଥିବା ବ୍ୟକ୍ତି ଭାବରେ ଗଣା ହେଉଥିଲେ । ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ ୧୫ ବର୍ଷ ବୟସରେ ଆଦିତ୍ୟ ସି.ଏ ପାଇଁ ପ୍ରସ୍ତୁତ ହୋଇଥିଲେ । ଏହାସହ ସି.ଏସ ମଧ୍ୟ ଆରମ୍ଭ କରି ଦେଇଥିଲେ ଏହି ଦୁଇଟି ବିଷୟରେ ପାସ କରିବାପରେ ସିଏମ୍ଏ ପାଇଁ ପ୍ରସ୍ତୁତି କରିଥିଲେ ଓ ସେଥିରେ ମଧ୍ୟ ସଫଳ ହେଲେ । ଆଦିତ୍ୟ ସୁରତର ସି.ଏ ରବି ଛାୱଛାରିଆଙ୍କ ଠାରୁ ତାଲିମ ନେଉଥିଲେ । ସେ ତାଙ୍କର ବିକମ୍ ଶିକ୍ଷା ଇନ୍ଦିରାଗାନ୍ଧୀ ଓପନ ୟୁନିଭରସିଟିରେ କରୁଥିବା ବେଳେ ତାଙ୍କର ତୃତୀୟ ବର୍ଷର ପରୀକ୍ଷାଫଳ ବାହାରି ନାହିଁ । ଆଦିତ୍ୟଙ୍କ ବାପା ମହେସ ଝାୱାର ଜଣେ ଲୁଗା ବ୍ୟବସାୟୀ ହୋଇଥିବାବେଳେ ମା’ ବିଦ୍ୟାଳୟରେ ୨୫ ବର୍ଷ ହେବ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟକରି ଆସୁଛନ୍ତି ।