ଓଡିଆନ୍ ନ୍ୟୁଜ

36

ଦେଢ଼ ମାସ ପରେଉଦ୍ଧାର ହେଲା ମାଲେସୀୟ ଜାହାଜ ‘ଜିନ୍ ହ୍ୱା-୩୨

Team Odian News |

ବ୍ରହ୍ମଗିରି: ପ୍ରାୟ ଦେଢ଼ ମାସ ପରେ ଚିଲିକା ରାଜହଂସ କୂଳରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ୍ ହ୍ୱା-୩୨’ ଉଦ୍ଧାର ହୋଇଛି। ସିଙ୍ଗାପୁର ଜାହାଜ ଏମ୍‌ଭି-“ଚିତା”ର ଦୀର୍ଘ ସମୟର ଉଦ୍ୟମ ପରେ ‘ଜିନ୍ ହ୍ୱା-୩୨’ ଉଦ୍ଧାର ହୋଇଛି। ଏବେ ‘ଜିନ୍ ହ୍ୱା-୩୨’ ଜାହାଜ ଗଭୀର ସମୁଦ୍ରକୁ ଚାଲି ଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ସିଙ୍ଗାପୁର ୧୫ ଜଣିଆ ଟିମ୍‌ ନିୟୋଜିତ ହୋଇଥିଲେ।

ମାଲେସିଆର ଜିନ ହ୍ବା ଜାହାଜ ଗତ ମାସ ୮ ତାରିଖରେ ବୈଷୟିକ ତୃଟି ଯୋଗୁ ରାଜହଂସ ନିକଟରେ ଲାଗିଥିଲା। ଏହାର କଣ୍ଟେନରଟି ଅଲଗା ହୋଇ ସମୁଦ୍ର ଜୁଆର ମାଡରେ କ୍ଷତିଗ୍ରସ୍ତ ହୋଇ ଓଲଟି ପଡିଥିଲା। ଜାହାଜରେ ୭ ଜଣ ନାବିକ ଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସମୁଦ୍ର ଜୁଆର ମାଡ଼ରେ ଜାହାଜଟି ବାଲିରେ ୫୦ରୁ ୬୦ ଫୁଟ୍‌ ପୋତି ଯାଇଥିଲା।ଜାହାଜରେ ଭରିରହିଥିବା ତେଲ ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇବାର ଆଶଙ୍କା କରି ଏହାକୁ ତୁରନ୍ତ ନେବା ପାଇଁ ପ୍ରଶାସନ ତରଫରୁ ଜାହାଜର ମାଲିକଙ୍କୁ ନୋଟିସ କରାଯାଇଥିଲା। ପରବର୍ତ୍ତି ସମୟରେ ଏହି ଜାହାଜରେ ଥିବା ତେଲକୁ ପ୍ରଶାସନ ତରଫରୁ କଢାଯାଇଥିଲା।