ଓଡିଆନ୍ ନ୍ୟୁଜ

55

.ଦେଶର ସର୍ବପ୍ରଥମ ମହିଳା ପ୍ରତିରକ୍ଷା ‘ଆଟାଚି’ ଭାବେ ନିଯୁକ୍ତି ପାଇଲେ ବାୟୁସେନାର ମହିଳା ଓ୍ଵିଙ୍ଗ୍‌ କମାଣ୍ଡର ଅଞ୍ଜଳି ସିଂହ

Team Odian News |

ନୂଆଦିଲ୍ଲୀ. ଭାରତୀୟ ବାୟୁସେନାର ମହିଳା ଓ୍ଵିଙ୍ଗ୍‌ କମାଣ୍ଡର ଅଞ୍ଜଳି ସିଂହଙ୍କୁ ଭାରତ ସରକାର ଗତ ୧୦ ତାରିଖ ଦିନ ଋଷିଆ ରାଜଧାନୀ ମସ୍କୋ ଠାରେ ଥିବା ଭାରତୀୟ ଦୂତାବାସରେ ‘ଡେପୁଟି ଏୟାର ଆଟାଚି’ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀମତୀ ସିଂହ ବିଗତ ୧୭ ବର୍ଷ ଧରି ଭାରତୀୟ ବାୟୁସେନାରେ କାର୍ଯ୍ୟରତ ରହିବା ସହ ମିଗ୍‌-୨୯ ଲଢ଼ୁଆ ବିମାନ ଉଡ଼ାଇବାରେ ବିଶେଷ ପାରଦର୍ଶିତା ଲାଭ କରିଛନ୍ତି।ଭାରତ ସର୍ବପ୍ରଥମ ଥର ପାଇଁ ଜଣେ ମହିଳା ପ୍ରତିରକ୍ଷା ‘ଆଟାଚି’ଙ୍କୁ ଋଷିଆ ସ୍ଥିତ ଭାରତୀୟ ଦୂତାବାସରେ ଅବସ୍ଥାପିତ କରିବା ଘଟଣାକୁ ଋଷିଆ ମଧ୍ୟ ସ୍ୱାଗତ କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମହିଳା ଓ୍ଵିଙ୍ଗ୍‌ କମାଣ୍ଡର ଅଞ୍ଜଳି ସିଂହଙ୍କ ପୂର୍ବରୁ ବିଭିନ୍ନ ବୈଦେଶିକ ରାଷ୍ଟ୍ରରେ ରହିଥିବା ଭାରତୀୟ ଦୂତାବାସ ମାନଙ୍କରେ ସ୍ଥଳସେନା, ବାୟୁସେନା ଓ ନୌସେନାର ‘ଆଟାଚି’ ଭାବେ କେବଳ ମାତ୍ର ପୁରୁଷମାନଙ୍କୁ ହିଁ ନିଯୁକ୍ତି ପ୍ରଦାନ କରାଯାଇ ଆସୁଥିଲା।