ଓଡିଆନ୍ ନ୍ୟୁଜ

33

ଧାରଣାରୁ ହଟିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

Team Odian News |

ଭୁବନେଶ୍ବର:    ୧୦ଦଫା ଦାବି ନେଇ ଆଜି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁଳପତିଙ୍କ ଅଫିସକୁ ଧଶେଇ ପଶିଥିଲେ । ଏହି ସମୟରେ ସୃଷ୍ଟି ହୋଇଥିଲା ଉତ୍ତେଜନାମୂଳକ ପରିସ୍ଥିତି ।ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ଓ ମୁଖ୍ୟଫାଟକ ବନ୍ଦ ରହିବ ବୋଲି ଛାତ୍ରଛାତ୍ରୀମାନେ ଏକ ମିଳିତ ପ୍ରେସ ବିବୃତି ଜାରି କରିଥିଲେ । ମାତ୍ର ୩ଘଂଟାର ଆନ୍ଦୋଳନ ପରେ କୁଳପତି ଡ.ସୌମେନ୍ଦ୍ର ମୋହନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଖୁବଶୀଘ୍ର ସମସ୍ତ ଦାବି ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ହଟିଥିଲେ ।