ଓଡିଆନ୍ ନ୍ୟୁଜ

71

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମବାର୍ଷିକୀ

Team Odian News |

ନୂଆଦିଲ୍ଲୀ :୧୯୫୦ ମସିହା ଗୁଜୁରାଟର ବଡ଼ନଗରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ଦିନରେଜନ୍ମଗ୍ରହଣ କରିଥିଲେ | ଆଜି ତାଙ୍କ ୬୯ତମ ଜନ୍ମବାର୍ଷିକୀ। ସାରା ଦେଶରେ ମୋଦିଙ୍କ ଜନ୍ମଦିନ ପାଳନ କରାଯାଉଛି। ବିଜେପି ପକ୍ଷରୁ ଏହି ସପ୍ତାହରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି। ଆଜି ପ୍ରଧାନମନ୍ତ୍ରୀ ନିଜ ଘର ଗୁଜରାଟ ଅହମ୍ମଦାବାଦ ଯିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମାଆ ହୀରାବେନଙ୍କ ଠାରୁ ଆଶୀର୍ବାଦ ନେବେ। ତାପରେ ନର୍ମଦା ଜିଲ୍ଲାର କାଭାଡିଆ ଯାଇ ସେଠାରେ ଏକ ରାଲିରେ ସମ୍ବୋଧନ କରିବେ। ଏଥିସହ ସର୍ଦ୍ଦାର ସରୋବର ଡ୍ୟାମର ଏକ ପ୍ରକଳ୍ପର ବି ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି|ଏପଟେ ସୁରତରେ ବି ମଧ୍ୟ ଗତକାଲି ବଡଧରଣର ଆୟୋଜନ କରାଯାଇଥିଲା। କେକ୍ କଟାଯିବା ସହ ଆତସବାଜିର ଆୟୋଜନ ହୋଇଥିଲା। ପ୍ରାୟ ୭୦କେଜି ଓଜନର କେକ୍‌କୁ ଗରିବ ପିଲାମାନେ କାଟି ମୋଦିଙ୍କ ଜନ୍ମଦିନ ପାଳନ କରିଥିଲେ।