ଓଡିଆନ୍ ନ୍ୟୁଜ

31

ଭାରତର ପ୍ରଥମ ସ୍ୱଦେଶୀ ଏୟାର-ଟୁ-ଏୟାର ମିସାଇଲ ଅସ୍ତ୍ରର ସଫଳ ପରୀକ୍ଷଣ

Team Odian News |

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ସୋମବାର ଓଡ଼ିଶା ଉପକୂଳରେ ଏୟାର-ଟୁ-ଏୟାର ମିସାଇଲ ଅସ୍ତ୍ରର ସଫଳ ଭାବେ ପରୀକ୍ଷଣ କରିଛି । ଏହାର ଏକ ଭିଡିଓ ବି ଜାରି କରାଯାଇଛି। ସୁଖୋଇ-୩୦ ବିମାନରୁ ଏହି ମିସାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା।ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ, ଏହା ବାୟୁରେ ସିଧାସଳଖ ସୁନିଶ୍ଚିତ ଲକ୍ଷ୍ୟଭେଦ କରୁଥିବା ଭାରତର ପ୍ରଥମ ସ୍ୱଦେଶୀ ଏୟାର-ଟୁ-ଏୟାର ମିସାଇଲ। ଏହି ମିସାଇଲ୍‌କୁ ପରୀକ୍ଷଣ ସମୟରେ ଯେତିକି ସଫଳତାର ଆଶା ରଖାଯାଇଥିଲା ସେତିକି ସଫଳ ହୋଇଛି। ବିଭିନ୍ନ ର‍୍ୟାଡର, ଇଲେକ୍ଟ୍ରୋ ଅପ୍ଟିକଲ ଟ୍ରାକିଂ ସିଷ୍ଟମ (ଇଓଟିଏସ୍‌) ଓଅସ୍ତ୍ର ଏକ ସ୍ୱଦେଶୀ ବିଅଣ୍ଡ ଭିଜୁଆଲ ରେଞ୍ଚ ଏୟାର-ଟୁ-ଏୟାର ମିସାଇଲ। ଏହାର ଲକ୍ଷ୍ୟଭେଦ ସୀମା ୭୦କିମିରୁ ଅଧିକ ରହିଛି। ଏହି ମିସାଇଲ୍‌  ପ୍ରତିଘଣ୍ଟା ୫,୫୫୫ କିଲୋମିଟର ବେଗରେ  ଉଡି ନିଜ ଲକ୍ଷ୍ୟରେ ପହଁଞ୍ଚି ପାରିବ। ସେନ୍‌ସର ଦ୍ବାରା ମିସାଇଲ୍‌କୁ  ଟ୍ରାକ୍‌ କରିବା ସହିତ ଲକ୍ଷ୍ୟଭେଦ ଉପରେ ନଜର  ରଖାଯାଇଥିଲା। ଅସ୍ତ୍ର  ନିର୍ଭୁଲ ଭାବେ ଲକ୍ଷ୍ୟକୁ  ଯାଇ ମାଡ କରିଥିଲା।