ଓଡିଆନ୍ ନ୍ୟୁଜ

34

ମୋଦିଙ୍କ ଜନ୍ମଦିନ ଅବସରରେ ହନୁମାନଙ୍କୁ ଦାନ କଲେଏକ କିଲୋ ୨୫ ଗ୍ରାମ ଓଜନର ସୁନା ମୁକୁଟ

Team Odian News |

ଭୁବନେଶ୍ୱର : ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ। ଏହି  ଅବସରରେ ମୋଦିଙ୍କ ଜଣେ ପ୍ରଶଂସକ ଦାନ କରିଛନ୍ତି ଏକ କିଲୋ ୨୫ ଗ୍ରାମ ଓଜନର ଏକ ସୁନା ମୁକୁଟ। ବାରଣାସୀର ଅରବିନ୍ଦ ସିଂ ନାମକ ଏହି ପ୍ରଶଂସକ ଜଣେ ବ୍ୟବସାୟୀ। ଏହି ସୁନା ମୁକୁଟ ନିକଟସ୍ଥ ହନୁମାନ ମନ୍ଦିରକୁ ଦାନ କରିଛନ୍ତି।ଅରବିନ୍ଦଙ୍କ କହିବା ଅନୁଯାୟୀ,  ମୋଦି ଦ୍ୱିତୀୟ ଥର ପାଇଁ ବାରଣାସୀରୁ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ର ଗଠନରେ ମୋଦିଙ୍କ ପ୍ରମୁଖ ଭୂମିକା ରହିଛି ।  ତ ଛଡା, ଗତ ୭୫ ବର୍ଷ ମଧ୍ୟରେ ଯାହା ହୋଇପାରିନି ତାହା ବିଗତ ୫ ବର୍ଷରେ ହୋଇ ପାରିଛି। ତେଣୁ ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସେ ଆଜି ଏପରି ଦାନ କରିଛନ୍ତି।