ଓଡିଆନ୍ ନ୍ୟୁଜ

28

ଶ୍ରୀମନ୍ଦିର ସଂସ୍କାର ମାମଲା.,ସମସ୍ତ କାମ ଆଇନ ଅନୁସାରେ କରିବାକୁ ସୁପ୍ରିମକୋର୍ଟ ବିଚାରପତିଙ୍କ ନିର୍ଦ୍ଦେଶ

Team Odian News |

ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି| ସୁପ୍ରିମକୋର୍ଟ। ୭୫ ମିଟର ପରିଧିର ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଦେଶ୍ୟ ଯେତେ ମହତ ଥିଲେ ମଧ୍ୟ ସବୁ କିଛି ଆଇନ ଅନୁସାରେ ହେଉ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହା ସହିତ ଜମି ଅଧିଗ୍ରହଣ ପୂର୍ବରୁ ସମସ୍ତଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ ଆଡଭୋକେଟ ଜେନେରାଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ଶୁଣାଣି ବେଳେ ପୁରୀ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ବିକାଶ ସଂପର୍କିତ ରିପୋର୍ଟ ପ୍ରଦାନ କରିବାକୁ ୨ ସପ୍ତାହ ସମୟ ମାଗିଥିଲେ ଆମିକସ୍‌ କ୍ୟୁରି ରଂଜିତ କୁମାର। ଏହି ଆବେଦନକୁ ଗ୍ରହଣ କରି ତାଙ୍କୁ ୨ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩ ତାରିଖରେ ହେବ