ଓଡିଆନ୍ ନ୍ୟୁଜ

28

ଦୁର୍ବୃତ୍ତଙ୍କ ଗୁଳିରେ ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ

Team Odian News |

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଣିକୁଣ୍ଡ ଛକରେ ଘଟିଥିବା ଗୁଳିକାଣ୍ଡରେ ବୁଧବାର ସକାଳେ ଜଣେ ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ମଣିକୁଣ୍ଡା ଗ୍ରାମର ଉମେଶ ସାହୁଙ୍କ ପୁଅ ଔଷଧ ବ୍ୟବସାୟୀ ୨୭ ବର୍ଷିୟ ଗଗନ ସାହୁ।
ଗୁଳିକାଣ୍ଡ ଘଟିଥିବା ସ୍ଥଳ ହେଉଛି ୫ ନମ୍ବର କ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଗୋପଛକ ଏବଂ ଛଅଘରିଆ ମଧ୍ୟବର୍ତ୍ତୀ ଅଞ୍ଚଳ। ଗୁଳି ଚଳାଇବା ପରେ ବାଇକ ଆରୋହୀ ଦୁର୍ବୃତ୍ତମାନେ ପାରଦୀପ ଆଡ଼କୁ ଚାଲିଯାଇଥିଲେ ବୋଲି ସେଠାରେ ଥିବା ଗୋଟାଏ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀମାନେ କହୁଛନ୍ତି। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ହେଲ୍‌ମେଟ୍‌ ପିନ୍ଧିଥିଲେ। ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀମାନେ ଗଗନଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ବ୍ୟବସ୍ଥା କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଶବ ଡାକ୍ତରଖାନାରେ ପହଞ୍ଚିବା ପରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଛି। ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। କିନ୍ତୁ, ଗାଁ ମେଲଣରେ ଝମ୍ବିଲା ହୋଇଥିବା କଥା ସେ ୪ ଦିନ ତଳେ କହିଥିଲେ ବୋଲି ଶୁଣାଯାଉଛି। ଗଗନଙ୍କ କାନରେ ଦୁଇଟି ଓ ବେକରେ ଗୋଟିଏ ଗୁଳି ବାଜିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।