ଓଡିଆନ୍ ନ୍ୟୁଜ

32

ଆଜି କଟକ ଓ ବଲାଙ୍ଗିର ବନ୍ଦ ଡାକରା

Team Odian News |

ଭୁବନେଶ୍ୱର: ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆଜି କଟକ ବନ୍ଦ ଡାକରା ଦିଆଯାଇଛି। ୪ ଟି ଦାବି ନେଇ ହିନ୍ଦୁ ସେନା ବନ୍ଦ ଡାକରା ଦେଇଛି। କଟକରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥାନାନ୍ତର ଘଟଣା, ଉଠା ଦୋକାନୀଙ୍କୁ ଥଇଥାନ କରିବା, ରାସ୍ତା ଘାଟ ସମସ୍ୟା, ଗାଡି ଚଳାଚଳ ନିୟମକୁ ୩ ମାସ ବଦଳରେ ୬ ମାସ କୋହଳ କରିବା ଦାବି ରହିଛି।

ଅନ୍ୟପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ। ଜିଲ୍ଲାର ସବୁ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ଜୀବନବୀମା, ବ୍ୟାଙ୍କକୁ ବନ୍ଦ କରିବ ସଂଘ। ତେବେ ସ୍କୁଲ, କଲେଜ ସହ ଅନ୍ୟ ଶିକ୍ଷାନୁଷ୍ଠାନକୁ ବନ୍ଦ ଡାକରାରୁ ବାଦ୍ ଦିଆଯାଇଛି। ସେହିପରି ଗାଡିମଟର ଚଳାଚଳ ସ୍ୱାଭାବିକ ରହିବା ସହ ଦୋକାନବଜାର ଖୋଲା ରହିବ ବୋଲି ଜଣା ପଡ଼ିଛି।