ଓଡିଆନ୍ ନ୍ୟୁଜ

76

ଶିଶୁ ଶିକ୍ଷା ଓ ଶିଶୁ ଅଧିକାର ପାଇଁ କାର୍ଯ୍ୟକରି ଆନ୍ତର୍ଜାତୀୟ ପୁରସ୍କାର ପାଇବେ ଶୁଭସ୍ମିତା

Team Odian News |

ଶିଶୁ ଶିକ୍ଷା ଓ ଶିଶୁ ଅଧିକାର ପାଇଁ କାର୍ଯ୍ୟକରି ଆନ୍ତର୍ଜାତୀୟ ପୁରସ୍କାର ପାଇବେ ଶୁଭସ୍ମିତା

ରାଜନଗର,୧୭ା୯; ରାଜନଗର ବ୍ଲକ ପେଣ୍ଠ ଗ୍ରାମର ଜଣେ ନାବାଳିକା ଛାତ୍ରୀ ଶୁଭସ୍ମିତା ତ୍ରିପାଠି । ଶିଶୁ ଶିକ୍ଷା ଓ ଶିଶୁ ଅଧିକାର ପାଇଁ କାର୍ଯ୍ୟକରି ଆନ୍ତର୍ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସମଗ୍ର ବିଶ୍ୱରେ ୩ହଜାର ଶିଶୁ ନେତୃତ୍ୱ ଏହି ପୁରସ୍କାର ପାଇଁ ଆବେଦନ କରିଥିବା ବେଳେ ମାତ୍ର ୧୧୯ଜଣ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଶୁଭସ୍ମିତା । ନିଜେ ଜଣେ ନାବାଳିକା । ମାତ୍ର ତାର କାର୍ଯ୍ୟ ଓ ନିଷ୍ଠା, ଖାଲି  ତାକୁ ପ୍ରତିଷ୍ଠା ଦେଇନାହିଁ । ପରନ୍ତୁ ନିଜ ଜନ୍ମ ମାଟି ତଥା ରାଜ୍ୟ ପାଇଁ ଗୈାରବ ଆଣିଛି । ଶିଶୁ ଶିକ୍ଷା ଓ ଶିଶୁ ଅଧିକାର ପାଇଁ କାର୍ଯ୍ୟକରି ଏଭଳି ଗୈାରବ ଆଣିପାରିଛି ଶୁଭସ୍ମିତା । ରାଜନଗର ବ୍ଲକ ବଙ୍ଗୋପସାଗର ତଟବର୍ତୀ ପେଣ୍ଠ ଗ୍ରାମର ବାସିନ୍ଦା ତଥା ପେଣ୍ଠ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ତ୍ରିପାଠୀଙ୍କ ଝିଅ ଶୁଭସ୍ମିତା । ସେହି ଅନୁଷ୍ଠାନର ଅଷ୍ଟମ ଶ୍ରେଣୀର ଛାତ୍ରୀ । ଶିଶୁ ମାନଙ୍କ ସୁରକ୍ଷା, ଶିକ୍ଷା ତଥା ଅଧିକାର ପାଇଁ କାର୍ଯ୍ୟରତ ନେଚରସ୍ କ୍ଲବ ଓ ସେଭ୍ ଦି ଚିଲଡ୍ରେନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଶୁଭସ୍ମିତା ଜାତୀୟ ସ୍ତରରେ ପ୍ରଶଂସିତ ହେବା ସହ ସୁନାମ ଅର୍ଜନ କରିଥିଲେ । ସମବୟସ୍କ ତଥା  ନିଜ ଠାରୁ କମ ବୟସର ପିଲାମାନଙ୍କୁ ବିଦ୍ୟାଳୟକୁ ଆଣିବାରେ ସକ୍ଷମ ହୋଇଥିଲେ ।  ଯେଉଁମାନେକି ଅଧାରୁ ପାଠପଢା ଛାଡି ବିଦ୍ୟାଳୟକୁ ଆସୁନଥିଲେ । ଏପରିକି ସେହି ପିଲାମାନଙ୍କୁ ପାଠପଢାରେ ସାମିଲ କରିବା ପାଇଁ ସେମାନଙ୍କ ପିତାମାତା ତଥା ପରିବାର ଲୋକଙ୍କୁ ବୁଝାଇବା ପାଇଁ ଦିନରାତି ଏକ କରିଦେଇଥିଲା ସେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମ୍ପୃକ୍ତ ପରିବାରର ସଦସ୍ୟମାନଙ୍କ ଠାରୁ ତାକୁ ଗାଳି ଶୁଣିବାକୁ ପଡିଛି । ମାତ୍ର ବିଦ୍ୟାଳୟର ଶିକ୍ଷାମନ୍ତ୍ରୀ ଭାବରେ ନିଜ କର୍ତବ୍ୟରୁ ପଛଘୁଂଚା ଦେଇନାହି ଁ । ସବୁ ବାଧା ବିଘ୍ନକୁ ଅତିକ୍ରମ କରି ଶେଷରେ ବିଦ୍ୟାଳୟ ଛାଡିଥିବା ଶିଶୁମାନଙ୍କୁ ପୁନଃ ଅବସ୍ଥାପିତ କରାଇପାରିଛି । ଶୁଭସ୍ମିତାର ଏହି ଶିଶୁ ନେତୃତ୍ୱ ଉପାନ୍ତ ଅଂଚଳରେ ସମସ୍ତ ଶିଶୁ ଏବଂ ବଡ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ଯାହାର ସଫଳ କାହାଣୀ ବ୍ଲକ, ଜିଲ୍ଲା, ରାଜ୍ୟର ସୀମା ସରହଦ ଅତିକ୍ରମ କରି ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଏବେ ଆନ୍ତର୍ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ନାବଳିକା ଶୁଭସ୍ମିତାର ଏହି ସଫଳ ପ୍ରୟାସ ଯୋଗୁ ଆଜି ସବୁରି ମୁହଁରେ ତାର ପ୍ରଶଂସା ଶୁଣିବାକୁ ମିଳୁଛି ।