ଓଡିଆନ୍ ନ୍ୟୁଜ

171

ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୭ ମୃତ

Team Odian News |

ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୭ ମୃତ
ନୂଆଦିଲ୍ଲୀ,୬/୧୦( ଓଡ଼ିଆନ୍ ନ୍ୟୁଜ୍ ଟିମ୍):ଶୁକ୍ରବାରରେ ପ୍ରଶିକ୍ଷଣ ସମୟରେ ବାୟୁସେନାର ଏକ ହେଲିକପ୍ଟର ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣ ବାୟୁସେନା କର୍ମଚାରୀଙ୍କର ମୃତ୍ୟୁ ଘଟିଛି।  ବାୟୁସେନାର ଏମଆଇ-୧୭ଭି ୫ ହେଲିକପ୍ଟରଟି ଦୁର୍ଘଟଣାଗସ୍ତ ହୋଇଛି। ୧୭ ହଜାର ଫୁଟ ଉପରେ  ଏୟାର ମେଣ୍ଟେନାନ୍ସ ମିସନରେ ଥିବା ବେଳେ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ହେଲିକପ୍ଟରରେ ଭାରତୀୟ ସେନାର ଏକ ଛାଉଣୀ ପାଇଁ ବିଭିନ୍ନ ସାମଗ୍ରୀ ନିଆଯାଉଥିଲା। ଦୁର୍ଘଟଣାସ୍ଥଳରୁ ପାଇଲଟ, ସହ ପାଇଲଟ, ଫ୍ଲାଇଟ ଇଂଜିନିୟର ଓ ଦୁଇଜଣ ଅଧିକାରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ବାୟୁସେନାର ଏକ ଇନକ୍ୱାରି କୋର୍ଟ ଏହି ଦୁର୍ଘଟଣା ବିଷୟରେ ତଦନ୍ତ କରିବ।