ଓଡିଆନ୍ ନ୍ୟୁଜ

121

ଏକ ବମ୍ପର ଲଟେରୀ ୬ଜଣଙ୍କ ଭାଗ୍ୟ ବଦଳାଇଛି

Team Odian News |

ତିରୁବନନ୍ତପୁରମ୍‌: ଗୁରୁବାର ଦିନ କେରଳର କୋଲାମ ଜିଲ୍ଲା ଅନ୍ତର୍ଗତ କରୁଣାଗାପ୍ପାଲି ଠାରେ ଥିବା ଗୋଟାଏ ଗହଣା ଦୋକାନର ଛଅ ଜଣ କର୍ମଚାରୀ ମିଳିତ ଭାବେ ରାଜ୍ୟ ପ୍ରାୟୋଜିତ ଓନାମ ବମ୍ପର୍‌ ଲଟେରିର ପ୍ରଥମ ପୁରସ୍କାର ଭାବେ ୧୨ କୋଟି ଟଙ୍କା ଜିଣିଛନ୍ତି।

କୌଣସି ରାଜ୍ୟ ଲଟେରିରେ ଦିଆଯାଉଥିବା ପୁରସ୍କାର ଅର୍ଥ ରାଶି ମଧ୍ୟରେ ଏହା ହେଉଛି ସର୍ବାଧିକ। ମଦ ପରେ ଲଟେରି ହେଉଛି କେରଳ ରାଜ୍ୟର ଦ୍ୱିତୀୟ ରାଜସ୍ୱ ଆୟ।ଛଅ ସାଙ୍ଗ ପରସ୍ପର ଠାରୁ ଟଙ୍କା ଆଦାୟ କରି ଦୁଇଟି ଲଟେରି ଟିକେଟ କିଣିଥିଲେ। ସେଥିରୁ ଗୋଟିଏ ଟିକେଟରେ ସେମାନେ ବିଜୟୀ ହୋଇଛନ୍ତି। ଟିକସ ଏବଂ ଅନ୍ୟାନ୍ୟ ବାବଦରେ ଅର୍ଥ କଟିଯିବା ପରେ ଛଅ ଜଣଯାକ ପ୍ରାୟ ୭. ୫୬ କୋଟି ଟଙ୍କା ପାଇବେ।